ପୁରୁଷ ହକି ବିଶ୍ୱ କପ ଅବସରରେ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଶନିବାର ଦିନ ପୁରୁଷ ହକି ବିଶ୍ୱ କପ ଅବସରରେ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ହକି ପରିଷଦ ଓ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ପୁରୁଷ ହକି ବିଶ୍ୱ କପ ଆୟୋଜନ ଅବସରରେ ଉଚ୍ଚ ଶିକ୍ଷା ବିଭାଗ ଓ ଓଡିଶା ସରକାରଙ୍କ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗୀମାନଙ୍କ ପୋଷ୍ଟରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ଓ ଖବରଦାତା ମନୋଜ ଶର୍ମା ଶ୍ରେଷ୍ଠ ୫ ପୋଷ୍ଟରକୁ ମୂଲ୍ୟାଙ୍କନ କରିଥିଲେ । ତନ୍ମଧ୍ୟରୁ ଗୀତାଞ୍ଜଳି ସାହୁ(ବାଣିଜ୍ୟ ତୃତୀୟ ବର୍ଷ ଛାତ୍ରୀ ପ୍ରଥମ), ନେହା ଆସ୍ରାନି(କଳା ଦ୍ୱିତୀୟ ବର୍ଷ ଛାତ୍ରୀ ଦ୍ୱିତୀୟ), ଖିତିଶୁଦ୍ଧା ମେହେର(୧ମ ବର୍ଷ ବାଣିଜ୍ୟ ଛାତ୍ରୀ ତୃତୀୟ), ରଙ୍ଗୋଲିରେ ଶିତଲ ଶର୍ମା(୧ମ), ଡୋଲେଶ୍ୱରୀ ସତନାମି(୨ୟ), ରାଏବତୀ ବୁଡେକ(୩ୟ), କୁଇଜରେ ଝରଣା ସିଂ ଠାକୁର(୧ମ), ଅଞ୍ଜଳି ସିପକା(୨ୟ), ଚନ୍ଦ୍ରିକା ପ୍ରଧାନି(୩ୟ), ୱାଲ ପେଂଟିଙ୍ଗରେ ନେହା ଆସ୍ରାନି(୧ମ), ଡୋଲେଶ୍ୱରୀ ସତନାମୀ(୨ୟ), ଅଂଶିକା ପାଠକ(୩ୟ) ସ୍ଥାନ ଅଧିକାର କରି ମନୋନୀତ ହୋଇଛନ୍ତି । ବିଶ୍ୱକପର ଫାଇନାଲ ଦିନ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ଅଧ୍ୟକ୍ଷ ପୁରୋହିତ କହିଥିଲେ । ଏହି ପ୍ରତିଯୋଗିତାକୁ ମହାବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ରଂଜୁ ବନଛୋର, ଅଧ୍ୟାପକ ଡଃ. ନେପାଲ ସେଠି, ସୋମନାଥ ମେହେର, ଯୁଧିଷ୍ଠିର ବେହେରା, ଜିତେନ୍ଦ୍ର ସୁନା, ରାଜୀବ ମେହେର, ଅଧ୍ୟାପିକା ସୁନନ୍ଦା ରଥ, କଲ୍ୟାଣି ମେହେର, ରଶ୍ମିରମିତା ମେହେର, ଲିପାନିତା ପଧାନ, ନିରବତା ପଧାନ ସହ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.