ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ସଂସଦ ଭବନର ପ୍ରତିକାତ୍ମକ ଭାବନା ପ୍ରତିଯୋଗିତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଚାରିଟି ଜିଲ୍ଲାର ଆଞ୍ଚଳିକ ଇଏମ୍‌ଆର୍‌ଏସ୍‌ ସ୍ତରୀୟ ଯୁବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଥମ କରି ସଂସଦ ଭବନର ପ୍ରତିକାତ୍ମକ ଭାବନା ଓ ସେଠାରେ ହେଉଥିବା କାର୍ଯ୍ୟକ୍ରମ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ଗଜପତି, ମାଲକାନଗିରି, ଯାଜପୁର ଜିଲ୍ଲା ସମେତ ମହାସିଙ୍ଗି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉକ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ମହାସିଙ୍ଗି ଏକଲବ୍ୟ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ବି.ସାଇରାମ ପାତ୍ରଙ୍କ ନେତୃତ୍ୱରେ ଆୟୋଜନ ହୋଇଥିବା ବେଳେ ପ୍ରତିଯୋଗିତା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ସମ୍ମାନିତ ଅତିଥି ଭାବେ ଭୂବନେଶ୍ୱର ନେଷ୍ଟର ଶୈକ୍ଷିକ ପରାମର୍ଶଦାତା ଟିଭିଏସ ପ୍ରକାଶ ରାଓ, ଫିରିଙ୍ଗିଆ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀ ଦଳ ପ୍ରଥମ ମହାସିଙ୍ଗି, ଦ୍ୱିତୀୟ ଗଜପତି ଓ ତୃତୀୟ ମାଲକାନଗିରି ଦଳକୁ ପୁରସ୍କୃତ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସସ୍ମିତା ଭୋଇ, ସଞ୍ଜୟ ନନ୍ସାର, ଶିକ୍ଷକ ଜୟ କିଶୋର ପ୍ରଧାନ, ଆନନ୍ଦ ପ୍ରତାପ ସିଂ ସାଗର ପ୍ରସାଦ ଦିଗାଲ,ଶିକ୍ଷୟତ୍ରୀ ନିରୁପମା ଚାନ୍ଦ, ଲକ୍ଷ୍ମୀ ପୃଷ୍ଟି, ପ୍ରଦିପ୍ତ ପାଇକରାୟ, ଅଭିନାଶ ମିଶ୍ର, ସଞ୍ଜୟ ସିଂ, ନୀଳାଦ୍ରୀ ବିହାରୀ ସ୍ୱାଇଁ, ଦୀନେଶ ବେହେରାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.