ବୌଦ୍ଧ, (ବଂଶୀଧର ମାଝୀ) : ଭାରତ ସରକାରଙ୍କ ଦ୍ୱାରା ୬୯ ତମ ୧୭ ବର୍ଷରୁ କମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା – ୨୦୨୬ ଜାନୁଆରୀ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ଝାରଖଣ୍ଡର ରାଞ୍ଚିରେ ଆୟୋଜିତ ହୋଇଥିଲା । ଏହି ତୀରନ୍ଦାଜ ପ୍ରତିଯୋଗିତାରେ ଓଡ଼ିଶା ଦଳରେ ବୌଦ୍ଧ ଜିଲ୍ଲାର ଟେନିଶା ମେହେର ଭାଗ ନେବା ସହ ଓଡ଼ିଶା ରାଜ୍ୟ ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡ଼ିଶା ରାଜ୍ୟର ଗୌରବ ରଖିଛନ୍ତି । ଟେନିଶା ମେହେର ବୌଦ୍ଧ ଭଳି ଗୋଟିଏ ଛୋଟ ଜିଲ୍ଲାରୁ ଯାଇ ରାଜ୍ୟ ଦଳରେ ଜାତୀୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଥିବାରୁ ତାଙ୍କୁ ବୌଦ୍ଧ ଜିଲ୍ଲାର ବୁଦ୍ଧିଜୀବୀ ତଥା ଜନସାଧାରଣ ପ୍ରଶଂସା କରିବା ସହିତ ବୌଦ୍ଧ ପୌରପାଳିକା ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ବସନ୍ତ କୁମାର ସାହୁ, ସମ୍ପାଦକ ଅର୍ଜୁନ କଅଁର, ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧର ସଭାପତି ମିନୁ ପ୍ରସାଦ ମିଶ୍ର, ସମ୍ପାଦିକା ସଂଯୁକ୍ତା ମଲ୍ଲିକ ଶୁଭେତ୍ସା ଜଣେଇବା ସହିତ ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଟେନିଶାଙ୍କ ଏହି ସଫଳତା ଖବର ପାଇବା ପରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି । ସେ ବୌଦ୍ଧ ଜିଲ୍ଲା ବୁଟୁପାଲିର ଯୁବ ସମାଜସେବୀ ଇନ୍ଦ୍ରମଣି ମେହେର ଓ ସନ୍ତୋଷିନୀ ମେହେରଙ୍କ ସୁକନ୍ୟା ଅଟନ୍ତି । ସେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ଛାତ୍ରାବାସରେ ପ୍ରଶିକ୍ଷଣ ନେଉଛନ୍ତି ।