ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବିଇଓଙ୍କ କାର୍ଯ୍ୟାଳୟ ଠାରେ ଆଜି ବ୍ଳକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସକରାତ୍ମକ ପରିବେଶ ସୃଷ୍ଟି ନିମନ୍ତେ ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତା ପାଳନ ସମାରୋହ ୨୦୨୫ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ସୋମନାଥ ମଙ୍ଗରାଜ, ମୁଖ୍ୟବକ୍ତା ଭାବେ ବଙ୍ଗୋମୁଣ୍ଡା ସରକାରୀ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହରିରାମ ସତନାମୀ, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା, ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ବଲାଙ୍ଗିରର ସଂଗଠନ ସମ୍ପାଦକ ହୁଲେଶ୍ୱର ହଂସ, ଶିକ୍ଷକ ନଲ ଭୋଇ, ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଜମନ ବିଶ୍ୱାଳ, ବିଶିଷ୍ଟ ଚିତ୍ରଶିଳ୍ପୀ ଘନଶ୍ୟାମ ମନହୀରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଆରଟି ଲକ୍ଷ୍ମୀକାନ୍ତ ଷଡଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । କୃତୀ ପ୍ରତିଯୋଗିଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିରେ ଆଇଇଭି ଜୟନ୍ତୀଲାଲ ହଂସ, ବଳଦେବ ରଣା, ଗଜବନ୍ଦ ଛୁରା, ମଧୁସୂଦନ ସାହୁ, ବିଶମ୍ବର ବାରିକ, କର୍ମଚାରୀ ପ୍ରହ୍ଲାଦ ମାଝୀ ପ୍ରମୁଖଙ୍କ ସହ ଅନ୍ୟମାନେ ସାମିଲ ହୋଇଥିଲେ ।
Prev Post