ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ୬୯ତମ ରାଜ୍ୟସ୍ତରୀୟ ସ୍କୁଲ ସମୂହ ଫୁଟବଲ, ଫେନସିଂ ଓ ଥାଙ୍ଗଟା ରାଜ୍ୟସ୍ତରୀୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ସହକାରୀ ନିର୍ଦ୍ଦେଶକ (ଶାରୀରିକ ଶିକ୍ଷା) ଜ୍ୟୋତିପ୍ରସାଦ ପରିଡ଼ା, ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ.ଶ୍ରୀକର ମିଶ୍ର, ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ହରିନାରାୟଣ ପୂଝାରୀ, ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ରାଜ୍ୟ ଫେନସିଂ ସଂଘ ଯୁଗ୍ମ ସଂପାଦକ ସୁମିତ କୁମାର ପୁରୋହିତ, ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧିକାରୀ ଗୁଣନିଧି ମଲ୍ଲିକ, ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା, ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଦୁର୍ଯ୍ୟୋଧନ ରାଉତ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଖେଳାଳି ମାନଙ୍କ ଖେଳୁଆଡ ମନୋବୃତ୍ତିକୁ ଆଗକୁ ବଢ଼େଇବା ପାଇଁ ପ୍ରେରଣା ଦେଇଥିଲେ । କ୍ରୀଡ଼ା ଶିକ୍ଷକ ହେମନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଧନ୍ୟବାଦ ଦେଇଥିଲେ । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମୋଟ ୩୧ଟି ଜିଲ୍ଲାର ୫୫୭ ପ୍ରତିଯୋଗୀ ୪୧ ଜଣ ଟିମ ମ୍ୟାନେଜର ଓ କୋଚ ଏବଂ ୧୦୩ ଜଣ ରାଜ୍ୟ ଖେଳ ପରିଚାଳକ ଓ ୧୯୫ ଜଣ ଜିଲ୍ଲା ଅଫିସିଆଲ ଯୋଗ ଦେଇଛନ୍ତି । ଏହି ଉଦଘାଟନୀ ସମାରୋହକୁ ବଲାଙ୍ଗିର ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା, ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ବ୍ଲକର ବିଇଓ, ପ୍ରଧାନ ଶିକ୍ଷକ ଓ ଜିଲ୍ଲାର ସମସ୍ତ କ୍ରୀଡ଼ା ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
Next Post