ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମର ଧୀରେଶ୍ୱର ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ର ଜଣେ ଓଡ଼ିଶା ଟାଇକୋଣ୍ଡାରେ ଯୋଗଦେଇ ଅଣ୍ଡର୍ ସେଭେଣ୍ଟିନ୍ ଟିମ୍ରେ ସ୍ଥାନ ପାଇଛନ୍ତି । ସେ ହେଲେ ବଡମାଧପୁର ଗ୍ରାମର ଏସ୍. ସୂର୍ୟ୍ୟ ରେଡ୍ଡୀଙ୍କ ପୁତ୍ର ଏସ. ମୋହନ ରେଡ୍ଡୀ । ଯାହା ଏହି ଅଞ୍ଚଳ ପାଇଁ ତଥା ଗଞ୍ଜାମ ଜିଲ୍ଲାର ଏକ ଗୌରବ ଆଣି ଦେଇଛନ୍ତି । ରବିବାର ଅନୁଷ୍ଠିତ ଅରୁଣାଚଳ ପ୍ରଦେଶରେ ହେଉଥିବା ୬୯ ତମ ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ଓଡିଶା ଟିମ୍ ଅଣ୍ଡର୍ ସେଭେଣ୍ଟିନ୍ ଟିମ୍ରେ ଖେଳିବେ । ଏଣୁ ଏହି ଅଞ୍ଚଳ ପାଇଁ ତଥା ବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବା ସହ ଟିମ୍ ବିଜୟୀ ପାଇଁ ସମସ୍ତେ ପ୍ରାର୍ଥନା କରିଛନ୍ତି । ଏଥି ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ପାଣିଗ୍ରାହୀ ଓ ଗ୍ରାମବାସୀ ମୋହନଙ୍କ ବିଜୟ କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।