ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ରାଘବପାଲି ଗ୍ରାମ ଖେଳ ପଡିଆରେ ରାମଜୀ କ୍ରିକେଟ କ୍ଲବ ରାଘବପାଲି ତରଫରୁ ପାଂଚ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଆନ୍ତର୍ଜାତୀୟ କରାଟେ କୋଚ ତଥା ଯୁବ ସମାଜସେବୀ ଅସୀମ କୁମାର ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଦିବସରେ ବନ୍ଧପଡା ସଙ୍ଗେ କୁରେଲ ବାହାଳି ଓ ସର୍ଗିପାଲି ସଙ୍ଗେ ମଲମୁଣ୍ଡା ମଧ୍ୟରେ ମ୍ୟାଚ ହୋଇଥିବା ବେଳେ ବନ୍ଧପଡା କ୍ରିକେଟ ଟିମ୍ ସେମି ଫାଇନାଲକୁ ପ୍ରବେଶ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଅଭୟ, ଦିନବନ୍ଧୁ, ବିକ୍ରାଙ୍କ, ଆକାଶ, ଶଙ୍କର, ଶ୍ୟାମ, ପ୍ରମୋଦ, ରୋହିତ, ଲୋକନାଥ, ପ୍ରଶାନ୍ତ ଓ ରଜତ ସହଯୋଗ କରିଥିଲେ ।