୧୩ତମ ଟିହିଲି ଉଛବ ୨୦୨୫ ଉପଲକ୍ଷେ ମହିଳା ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରିକେଲ ପଞ୍ଚାୟତ ଫଟାମୁଣ୍ଡା ଗାଁରେ ଆମ୍ବେଦକର ଯୁବକ ସଂଘ ଫଟାମୁଣ୍ଡା ତରଫରୁ ଦୀର୍ଘ ୧୨ ବର୍ଷ ହେଲା ଟିହିଲି ଉଛବ ହୋଇ ଆସୁଛି । ପ୍ରତିବର୍ଷ ପରି ଟିହିଲି ଉଛବ ଆଗରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗାଁର ସମସ୍ତ ମହିଳାମାନଙ୍କୁ ନେଇ ଏକ ପ୍ରତିଯୋଗିତା ହୋଇଥାଏ । ଏହି ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଷ ମାଣ୍ଡିଆ ପିଠାକୁ ନେଇ ଏକ ପ୍ରତିଯୋଗିତା ହୋଇଥିଲା । ସେଥିରେ ଫଟାମୁଣ୍ଡାର ଜୟ ମା’ ଲକ୍ଷ୍ମୀ, ମା’ ଗଣାଘାଟେନ, ମା’ ଝାସୀରାଣୀ, ମାତା ସାବିତ୍ରୀବାଇ ଫୁଲେ, ମା’ ମଙ୍ଗଳା, ମା’ ସମଲେଶ୍ୱରୀ, ଶ୍ରୀ ଜଗନ୍ନାଥ, ରାଧାକୃଷ୍ଣ ୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ । ଏହି ପିଠା କାର୍ଯ୍ୟକ୍ରମକୁ ବରିକେଲ ପଞ୍ଚାୟତର ସରପଞ୍ଚ ଦିନେଶ ସେଟ ଉଦଘାଟନ କରିଥିଲେ । ପିଠା କାର୍ଯ୍ୟକ୍ରମରେ ବିଚାରକ ଭାବେ ବାନ୍ଦୁପାଲି ମିଲେଟ ମିଶନ ତରଫରୁ ସିନ୍ଧୁଲତା ସାହୁ, ଯଶୋଦା ସାହୁ ବିଚାରକ ଭାବେ ଉପସ୍ଥିତ ଥିଲେ । ପିଠା ପ୍ରତିଯୋଗିତା ସରିଲା ପରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଯଥା ଛୁଞ୍ଚି ସୁତା ରେସ୍‌, ବାଟି ଚାମଚ ରେସ, ମାଟିଆ ଫଟା, ମ୍ୟୁଜିକ ଚେୟାର, ଗୀତ, ହୁଳହୁଳି, ରଙ୍ଗୋଲି ୭ଟି ପ୍ରତିଯୋଗିତା ହୋଇଥିଲା । ଏହି ସମସ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ରମେଶ ଗୁର୍ଲା, ଅଞ୍ଜଳି ପରିଡ଼ା, ସୋନାଲିକା ଶବର, ମିନାକ୍ଷୀ ଭୋଇ, ବିକ୍ରମ ପ୍ରଧାନ ବିଚାରକ ଭାବେ ଉପସ୍ଥିତ ଥିଲେ । ଏହି ସମସ୍ତ ପ୍ରତିଯୋଗିତାର ପୁରସ୍କାର ଆଗାମୀ ୨୬ ତାରିଖ ଟିହିଲି ଉଛବରେ ଦିଆଯିବ ବୋଲି ଘୋଷଣା ହେଲା । କ୍ଲବର ସଭାପତି ଗୋପବନ୍ଧୁ ଶିକାଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା । ସଂପାଦକ ରାଜନୀକାନ୍ତ ସୁନା ଧନ୍ୟବାଦ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମର ପରିଚାଳନାରେ ଅଶୋକ ମେହେର, ମହେନ୍ଦ୍ର ସାହୁ, ନିରୋଜ କୁମ୍ଭାର, ରଙ୍ଗାଧର ସୁନା, ତ୍ରିଲୋଚନ ସୁନା, ଶଶୀ, ସୁବ୍ରତ, ରଂଜନ, ଦୁଃଶାସନ, ରାଜୁ, ରାହୁଲ, ସନ୍ତୋଷ, ବଣ୍ଟି, ହିମାଞ୍ଚଳ, ନାରାୟଣ ଓ ଗାଁର ସମସ୍ତେ ସହଯୋଗ କରିଥିଲେ ।

Leave A Reply

Your email address will not be published.