ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୁଜୁରାଟର ମେହେସନା ସହରରେ ଅନୁଷ୍ଠିତ ହୋଇଯାଇଥିବା ସର୍ବ ଭାରତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବଲାଙ୍ଗିରର ଯୁବକମାନେ ବିଭିନ୍ନ ଓଜନ ବିଭାଗରେ ଅବତୀର୍ଣ୍ଣ ହୋଇ ସ୍ୱଣ୍ଣା, ରୌପ୍ୟ ତଥା ବ୍ରୋଞ୍ଜ ପଦକ ଲାଭ କରି ବଲାଙ୍ଗିରକୁ ଗୌରବାନ୍ୱିତ କରିଛନ୍ତି । ଅଗଷ୍ଟ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାରେ ଓଡିଶାର ୧୭ ଜଣଙ୍କୁ ମିଶାଇ ୪୫୦ ଜଣ ପ୍ରତିଯୋଗୀ ଭାରତର ବିଭିନ୍ନ ରାଜ୍ୟରୁ ଭାଗ ନେଇଥିଲେ । ପ୍ରତିଯୋଗିତାରେ ୬୬ କେଜି ବର୍ଗ (ଜୁନିୟର)ରେ ଦଳମଣି ଦେହେରୀ ସ୍ୱର୍ଣ୍ଣ, କୁଦରତ ନାଗ ରୌପ୍ୟ, ଟଙ୍କଧର ଦେହେରୀ (ସିନିୟର) ସ୍ୱର୍ଣ୍ଣ, ୭୪ କେଜି ବର୍ଗରେ ବିକାଶ ପଟେଲ (ଜୁନିୟର ଡେଡ୍ଲିଫ୍ଟ)ରେ ସ୍ୱର୍ଣ୍ଣ, ୮୩ କେଜି ବର୍ଗରେ ମହମ୍ମଦ ଅଲି ରାଜା (ସିନିୟର ବେଂଚ ପ୍ରେସ), ୮୩ କେଜି ବର୍ଗରେ ମହମ୍ମଦ ଅଲି ରାଜା (ସିନିୟର ବେଂଚ ପ୍ରେସ)ରେ ବ୍ରୋଞ୍ଜ, ପ୍ରଶାନ୍ତ ଦାଶ ସ୍ୱର୍ଣ୍ଣ, ୯୩ କେଜି ବର୍ଗରେ (ସବ ଜୁନିୟର) ଆଭାସ ଗୁପ୍ତ ସ୍ୱର୍ଣ୍ଣ, ତାଳଧ୍ୱଜ ସାହୁ (ସିନିୟର ସବ ଜୁନିୟର) ୧୦୫ କେଜି ବର୍ଗର ସିନିୟର ବେଂଚପ୍ରେସରେ ସଂଜୀବ ରଥ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ରାଜ୍ୟ ସଭାପତି ରୁଦ୍ରନାରାୟଣ ସାହୁଙ୍କ ନେତୃତ୍ୱରେ ଓଡିଶା ଟିମ୍ ଏହି ସଫଳତା ହାସଲ କରିଛି । ବଲାଙ୍ଗିରର ଯୁବକମାନେ ଜିଲ୍ଲା ସଂପାଦକ ତଥା ଏମ୍ଏମ୍ଫିଟନେସର ପ୍ରଶାନ୍ତ ଦାଶଙ୍କ ସହ ଓଡିଶା ଟିମ୍ ସହ ଯୋଗଦାନ କରିଥିଲେ । ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଏହି ସଫଳତାରେ ଜିଲ୍ଲା ଶକ୍ତି ଉତ୍ତୋଳନ ସଂଘର ବରିଷ୍ଠ ଉପଦେଷ୍ଟା ରୁୁପକ କୁମାର ବରାଳ, ସଭାପତି ପ୍ରଶାନ୍ତ ମଟାରୀ ପ୍ରମୁଖ ସମସ୍ତଙ୍କୁ ଅଭିବାଦନ ଜଣାଇବା ସହ ଆଗକୁ ଥିବା ପ୍ରତିଯୋଗିତା ପାଇଁ ଶୁଭ କାମନା ଜଣାଇଛନ୍ତି ।

Prev Post