oom

ମୁରିବାହାଲ ୧୧ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

jsmm
  • କଣ୍ଟାବାଞ୍ଜିକୁ ୩-୧ଗୋଲରେ ହରାଇ ବଲାଙ୍ଗିର ସେମିରେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ହାଇସ୍କୁଲ ଖେଳପଡିଆରେ ୟୁଥ୍ ଏଣ୍ଡ ସ୍ପୋର୍ଟିଙ୍ଗ କ୍ଲବ୍ ଆନୁକୁଲ୍ୟରେ ୧୧ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ସୋମବାର ବଲାଙ୍ଗିର ବିଏମସି ଓ କଣ୍ଟାବାଞ୍ଜି ଆରଏନଏଫସି ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗିର ଦଳ ୩-୧ ଗୋଲରେ ବିଜୟୀ ହୋଇ ଗ୍ରୁପ୍ ବିର ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ସୋମବାର ମ୍ୟାଚରେ ଗୁଡିଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ ଭଗତ ନାଗ ମୁଖ୍ୟଅତିଥି, ଦେବଙ୍ଗ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାମରତନ ମେହେର, ଗାଁରେଇ ଡ. ବିଆର ଆମ୍ବେଦକର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ତରୁଣ ପୋଢ଼, ସିଲେଟପଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜିତେନ୍ଦ୍ରିୟ ଭୋଇ, ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁର, ଉପଦେଷ୍ଟା ଭଗବାନ ମହାନ୍ତି, ବ୍ୟବସାୟୀ ଭରତ ଦାସ, ହଳଦୀ କୃଷକ ମଣ୍ଡଳ ସଭାପତି ହରେକୃଷ୍ଣ ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ମ୍ୟାଚକୁ ରେଫରି ଦୁଷ୍ମନ୍ତ ସାହୁ, ଭୋଜରାଜ ଭୋଇ ଓ ଯୁବରାଜ ଭୋଇ ପରିଚାଳନା କରିଥିଲେ । ଅଫିସିଆଲ ମ୍ୟାଚ ରେଫରୀ ରୂପେ ଶରତ ପଧାନ ଦାୟିତ୍ୱରେ ଥିଲେ । ସୁଦାମ ବଘାର ଓ ଲିଲୁମୋହନ ପଧାନ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ ମୁରିବାହାଲ ୟୁଥ୍ ଏଣ୍ଡ ସ୍ପୋର୍ଟିଙ୍ଗ କ୍ଲବର ମୁଖ୍ୟ ଆୟୋଜକ ଶ୍ରୀବତ୍ସ ବେହେରା, ସଭାପତି ବଡ଼ ଭୋଇ, କାର୍ଯ୍ୟକାରୀ ସଭାପତି ଭିକି ମହାରଣା, ସାଧାରଣ ସମ୍ପାଦକ ପ୍ରଦୀପ ବଘାର, ସମ୍ପାଦକ ଦିବ୍ୟସୁନ୍ଦର ସାହୁ, କୋଷାଧ୍ୟକ୍ଷ ସୁଧାଂଶୁ ପୋଡ଼ ଯାଦବଙ୍କ ସହ ପଦ୍ମଲୋଚନ ବାଗ, ପ୍ରକାଶ ବଘାର, ଯଶୋବନ୍ତ ନାଏକ, ଗୋପୀନାଥ ମାଝୀ, ଦୂର୍ବାଦଳ ଭୋଇ, ପ୍ରଫୁଲ୍ଲ ବଘାର, ଖଗେଶ୍ୱର ଭୋଇଙ୍କ ସହ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି । ମଙ୍ଗଳବାର ଜରାସିଂହା ଓ ମୁରିବାହାଲ ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.