oom

ଦୀର୍ଘ ତିରିଶ ବର୍ଷ ପରେ ଆୟୋଜିତ ହେଲା ସର୍ବଭାରତୀୟ ନକ୍‌ ଆଉଟ୍‌ ଫୁଟବଲ ପ୍ରତିଯୋଗିତା

jsmm

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ୩୦ ବର୍ଷ ପରେ ଅନୁଷ୍ଠିତ ହେଉଥିବା ବହୁ ପ୍ରତିକ୍ଷିତ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଇତି ମଧ୍ୟରେ ଉଦ୍‌ଘାଟିତ ହୋଇଯାଇଛି । ୧୯୯୪ ମସିହାରେ କେସିଙ୍ଗା ଠାରେ ଶେଷଥର ପାଇଁ ସର୍ବ ଭାରତୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଆୟୋଜକମାନେ ପ୍ରକାଶ କରିଛନ୍‌ନ୍ତି । ଏହି କ୍ରୀଡ଼ା ପ୍ରତିଯୋଗିତା ପାଇଁ କେସିଙ୍ଗା କ୍ରୀଡାପ୍ରେମୀ ମାନଙ୍କର ମନରେ ଖୁସି ଦେଖିବାକୁ ମିଳିଥିଲା । ଉଦ୍‌ଘାଟନୀ ମ୍ୟାଚ୍‌ରେ ଫୁଲବାଣୀ ସ୍ପୋର୍ଟସ ହଷ୍ଟେଲକୁ ପେନାଲ୍ଟୀ ସୁଟ୍‌ରେ ୪-୧ ଗୋଲରେ ହରାଇ ବଲାଙ୍ଗିର ସ୍ପୋର୍ଟସ ହଷ୍ଟେଲ ସେମି ଫାଇନାଲରେ ପ୍ରବେଶ କରିଛି । କେସିଙ୍ଗା ଏଥେଲେଟିକ ଏଣ୍ଡ କଲ୍‌ଚରାଲ୍ ଆସୋସିଏସନ ଆନୁକୂଲ୍ୟରେ କେସିଙ୍ଗା ମିନି ଷ୍ଟାଡିୟମରେ ଅନୁଷ୍ଠିତ ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍‌ର ଜେନେରାଲ ସେକ୍ରେଟାରୀ ଜଗମୋହନ ପଟ୍ଟନାୟକ, ବରେଣ୍ୟ ଅତିଥି ମୁଖ୍ୟମନ୍ତ୍ରୀଙ୍କ ଏଡିସନାଲ ସେକ୍ରେଟାରୀ ଅନୁପମ ସାହା, କେସିଙ୍ଗା ନଗରପାଳ ନୃପରାଜ ଯାଦବ ପ୍ରମୁଖ ଯୋଗଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆୟୋଜକ ଅନୁଷ୍ଠାନର ସଭାପତି ରାମକୁମାର ଜୈନ, ସମ୍ପାଦକ ପୁରନ୍ଦର ଭୋଇ, ଉପସଭାପତି ସରିତା ସିନ୍ଦୂର, ବଳରାମ ସୁନା, ଅଭିମନ୍ୟୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ନବୀନ ନାଏକ ଖେଳ ପରିଚାଳନା କରିଥିବା ବେଳେ ବିଶ୍ୱେଶ୍ୱର ପଧାନ, ବୁଲୁ ମାଝୀ ଓ ଲକ୍ଷ୍ମୀ ମାଝୀ ତାଙ୍କୁ ସହଯୋଗ କରିଥିଲେ । ଖେଳକୁ ହଜାର ହଜାର ସଂଖ୍ୟାରେ ଖେଳପ୍ରେମୀ ଉପଭୋଗ କରିଥିଲେ ।

jittmm
Leave A Reply

Your email address will not be published.