jayashree

ମାଣିକ୍ୟ ଜୟନ୍ତୀରେ ଶିଶୁ ବିକାଶ କେନ୍ଦ୍ରର ୪୦ତମ କ୍ରୀଡା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁ ବିକାଶ କେନ୍ଦ୍ରର ୪୦ତମ କ୍ରୀଡା ପ୍ରତିଯୋଗିତା ଛତାପିପଲ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଛତାପିପଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ସରପଂଚ ଶୈଳେନ୍ଦ୍ରୀ ମହାକୁର ଓ ଡ. ବନବିହାରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୋଟ ୧୩ ଗୋଟି ବିଭାଗରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ । କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ କ୍ରୀଡା ଶିକ୍ଷକ ଲାଲ ବାହାଦୁର ବାରିକ, ଯଶୋବନ୍ତ ନାଏକ ଓ ଦୀପ୍ତିମୟୀ ମିଶ୍ର । ଉଦ୍‌ଯାପନୀ ସଭାରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ଆଦ୍ୟାଶକ୍ତି ନାରୀ ସଂଗଠନର ସଂପାଦିକା କସ୍ତୁରୀ ରଥ ମୁଖ୍ୟ ବକ୍ତା ଓ ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡାରେ ଶିଶୁମାନଙ୍କ ଶାରିରୀକ ବିକାଶ ସହିତ ମାନସିକ ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ମୋଟ ୩୯ ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତ ବର୍ଷର ସର୍ବୋତ୍ତମ ଛାତ୍ରୀ ଭାବରେ ଉଚ୍ଚ ବିଦ୍ୟାଳୟର ସ୍ମୃତିସ୍ମିତା ବରିହା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜୁଲିରାଣୀ ରଣାଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂପାଦକ ମଧୁ ସାହୁ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସୁନାଧର ବନଛୋର, ଧିରେନ୍ଦ୍ର ନାରାୟଣ ସିଂହଦେଓ, ପ୍ରଶାନ୍ତ ଷଡଙ୍ଗୀ, ଜୟକୃଷ୍ଣ ନାଏକ, ଗୋବିନ୍ଦ ଚନ୍ଦ୍ର ପଟେଲ, ଗୋବିନ୍ଦ ଥାଟି, ଶିବାନନ୍ଦ ଖମାରୀ, ତିର୍ଥରାଜ ପଧାନ, ଶ୍ରୀପତି ପାତ୍ର, ଯୁଧିଷ୍ଠିର ଡାଙ୍ଗ, ନଳିନୀ ସାଏ ଓ ମମତାରାଣୀ ଦେହେରୀ । ଶେଷରେ ହୃଷିକେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.