ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ସ୍ଥାନୀୟ ଡୁଙ୍ଗୁରିପାଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ‘ବ୍ଲକସ୍ତରୀୟ ଗୀତା ଆବୃତ୍ତି’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ପ୍ରଧାନ ଆଚାର୍ଯ୍ୟ ବିଭୁତି ଭୂଷଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ପ୍ରାୟ ୪୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଶ୍ରୀମଦଭଗବତଗୀତାର ଚତୁର୍ଥ ଅଧ୍ୟାୟ ଆବୃତ୍ତି କରିଥିଲେ । ପ୍ରତିଯୋଗିତା ହୋଇଥିବା ଚାରୋଟି ବର୍ଗରେ କ’ ବିଭାଗରୁ ୟଶୀରାଣୀ ସାହୁ, ପ୍ରିନ୍ସ ଖୁଟୁଲା, ଶୃତି ବନଛୋର, ଖ’ ବିଭାଗରୁ ଗାୟତ୍ରୀ ନାଗ, ସୌମ୍ୟାରାଣୀ ବିଶ୍ୱାଳ, ଯାଜ୍ଞସେନୀ ବାଗ, ଗ’ ବିଭାଗରୁ କିରଣ ନନ୍ଦ, ଖୁସି ଭୋଇ, ସୋହନା ମେହେର ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ଭାବେ ପୁରସ୍କୃତ ହୋଇ ଆସନ୍ତା ନଭେମ୍ବର ୨୪ରେ ସୋନପୁର ଶିଶୁ ବିଦ୍ୟା ମନ୍ଦିରରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସାହିତ୍ୟ ଓ ସାଂସ୍କୃତିକ ସଂସଦର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଶ୍ଚିମ ପ୍ରାନ୍ତ ସମରସତା ବିଭାଗ ଗଣମାଧ୍ୟମ ପ୍ରମୁଖ ରାଧାବଲ୍ଲଭ ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତ ସମସ୍ୟାର ସମାଧାନ ସୂତ୍ର ଗୀତା ଆବୃତ୍ତି ଓ ଅଭ୍ୟାସ ବୋଲି ମତ ବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ସୂର୍ଯ୍ୟଭାନୁ ଦାଶ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସୁବାସ ଚନ୍ଦ୍ର ଥଇତ, ବ୍ରହ୍ମାନନ୍ଦମୟୀ ଏନ୍‌ଲାଇଟମେଣ୍ଟ ଟ୍ରଷ୍ଟର ବ୍ଲକ ସଂଯୋଜକ ଭବାନୀଶଙ୍କର ଚାନ୍ଦ, ଭଗବତ ପ୍ରବଚିକା ହରିପ୍ରିୟା ପଧାନ ସମ୍ମାନିତ ଅତିଥିଭାବେ ଯୋଗଦେଇ ଗୀତାକୁ ପ୍ରତ୍ୟହ ପାଠ କରୁଥିବା ବ୍ୟକ୍ତି ଜୀବନର ସମସ୍ତ ସମସ୍ୟାକୁ ଅତି ସହଜରେ ସମାଧାନ କରିପାରନ୍ତି ବୋଲି କହିଥିଲେ । ପ୍ରଜ୍ଞାନ ମିଶନର କାର୍ଯ୍ୟକର୍ତ୍ତା ଅନ୍ତର୍ଯ୍ୟାମୀ ହୋତା, ସାହସ୍ରାଂଶୁ ପଟ୍ଟନାୟକ, ବାଳଗୋପାଳ ଚାନ୍ଦ ପୁରସ୍କାର ବିତରଣରେ ସାହାଯ୍ୟ କରିଥିଲେ । ଡୁଙ୍ଗୁରିପାଲି ବ୍ଲକର ମାନ୍ୟଗଣ୍ୟ ସଂସ୍କୃତ ବିଦ୍ୱାନ ମଞ୍ଜୁଶ୍ରୀ ମିଶ୍ର, ଅମ୍ଲାନ ପାଣ୍ଡିଆ, ପ୍ରସନ୍ନ ମେହେର, ସୂର୍ଯ୍ୟଭାନୁ ଦାଶ, ଜୟ କୁମାର ସାହୁ, ଅଜିତ କୁମାର ରଣା ପ୍ରମୁଖ ବିଚାରପତି ଦାୟିତ୍ୱ ତୁଲାଇଥିଲେ । ଗୁରୁଜୀ ମନୋଜ ବାରିକ, ଚିତ୍ତରଞ୍ଜନ ମେହେର, ଗୁରୁମା ରାଧାରାଣୀ ତ୍ରିପାଠୀ, ବବିତା ଭୋଇ, ଜ୍ୟୋତ୍ସ୍ନାରାଣୀ କୁମ୍ଭାର, ନିକିତା ହରିପାଳ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜକ ଅଚ୍ୟୁତ ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗୀତା ଆବୃତ୍ତି ପ୍ରତିଯୋଗିତା ଦ୍ୱାରା ସଂସ୍କୃତ ଭାଷାର ପ୍ରଚାରପ୍ରସାର ହେଉଥିବାରୁ ବରେଣ୍ୟ ବିଚାରକ ମଣ୍ଡଳୀ ପ୍ରଜ୍ଞାନ ମିଶନର ଭୂୟସୀ ପ୍ରଶଂସା କରିଥିଲେ । ବରିଷ୍ଠ ଗୁରୁଜୀ ଅଶ୍ୱିନୀ ନାୟକ ସଭା ପରିଚାଳନା କରିଥିବା ବେଳେ ନରେନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.