oom

ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଅବସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜୁଲାଇ ୨୫ତାରିଖରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳନ ହେବ । ଏହା ପୂର୍ବରୁ ଓଡିଶାର ସମସ୍ତ ଜିଲ୍ଲାରେ ସାହିତ୍ୟ ସଂପର୍କରେ ବକ୍ତୃତା, ପ୍ରବନ୍ଧ, ସାଧାରଣଜ୍ଞାନ ଓ ଅନୁବାଦ ତଥା କବିତା ଆବୃତ୍ତି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି କ୍ରମରେ ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଚାରିଗୋଟି ବିଭାଗରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଶିକ୍ଷାବିତ ସନାତନ ଠାକୁର, ରସରାଜ ଅଚ୍ୟୁତ ପୁରୋହିତ, କୋଶଳ ପ୍ରବାହ’ର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ, କବି ବିଜୟ କୁମାର ତ୍ରିପାଠୀ, ସାମ୍ବାଦିକ ସନ୍ଦୀପ କୁମାର କୁଅଁର, କବି ଡକ୍ଟର ସଂଜୟ କୁମାର ମିଶ୍ର, ଅଧ୍ୟାପକ ଜୟକୁମାର ଆଚାର୍ଯ୍ୟ, ଶିକ୍ଷକ ରଂଜିତ ମିଶ୍ର, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, କବୟତ୍ରୀ ସବିତା ମହରା, ସାମ୍ବାଦିକ ଗୋପାଳ ପ୍ରଧାନ, ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ହ୍ରିତିକ ନନ୍ଦ, ଖୁସିରାଣୀ ପଧାନ, ପ୍ରତିକ ଆନନ୍ଦ ସାହୁ, ସୁଶ୍ରୀ ଶୁଭସ୍ମିତା ମାହାକୁର, ସୌମ୍ୟାଶ୍ରୀ ପଟନାୟକ, ଅଭୀପସା ମିଶ୍ର, ସ୍ନିଗଧାରାଣୀ କୁଅଁର, ସ୍ଵାଗତିକା ଭୋଇ ଆସନ୍ତା ୧୪ ଜୁଲାଇ ଓ ୧୭ ଜୁଲାଇରେ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ବେଳେ ଅନଙ୍ଗକୁମାର ସାଏ, ଶିବାଶିଷ ପୁରୋହିତ, ଆରତୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.