oom

ଏସ୍‌ୟୁସିଆଇ ପକ୍ଷରୁ ପ୍ରତିବାଦ, କୁଶ ପୁତ୍ତଳିକା ଦାହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଅପହରଣ ଓ ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀ ମାନଙ୍କୁ କଠୋର ଦଣ୍ଡ ଦାବୀରେ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ବଲାଙ୍ଗିର ଶାଖା ପକ୍ଷରୁ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିଲା । ସଂପୃକ୍ତ ରାଜ୍ୟ ଗୃହ ମନ୍ତ୍ରୀଙ୍କୁ ଅବିଳମ୍ବେ ବହିଷ୍କାର କରାଯିବା ସହ ଗିରଫ କରାଯାଉ, ସ୍କୁଲ ମାଲିକଙ୍କୁ ସୁରକ୍ଷା ଦେଇଥିବା ଏବଂ ଘଟଣାକୁ ଦୀର୍ଘ ଦିନ ଧରି ଘଣ୍ଟ ଘୋଡାଇବାରେ ସଂପୃକ୍ତ ପୋଲିସ କର୍ମଚାରୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରାଯାଇଛି । ଶିକ୍ଷାର ଘରୋଇକରଣ ଏବଂ ଶିକ୍ଷାକୁ ମାଫିଆମାନଙ୍କ ହାତରେ ଟେକି ଦେଲେ ତାର ପରିଣାମ ଯେ କଣ ହୋଇପାରେ ଏହି ଘଟଣା ତାର ଜ୍ୱଳନ୍ତ ଉଦାହରଣ । ଶିକ୍ଷାର ବ୍ୟବସାୟୀକରଣ ଦ୍ୱାରା ଚରମ ଆର୍ଥିକ ଶୋଷଣ ହେଉଛି । କିନ୍ତୁ ବିଶେଷ ଭାବେ ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି ବୋଲି ବକ୍ତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ବର୍ବର ହତ୍ୟାକାଣ୍ଡ ବିରୁଦ୍ଧରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କର କୁଶକୁତ୍ତଳିକା ଦାହ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଏସ୍‌ୟୁସିଆଇ ଜିଲ୍ଲା ସଂପାଦକ ସୁନିଲ ଭୋଇ, ରାଜ୍ୟ କମିଟି ସଭ୍ୟ ଅଶୋକ ମିଶ୍ର, ଏଆଇଏମ୍‌ଏସ୍‌ଏସ୍‌ ନାରୀ ନେତ୍ରୀ ମନ୍ଦୋଦରୀ ରାଉଳ, ରାଜେନ୍ଦ୍ର ରଣା, ମଧୁସୂଦନ ବାଗ, ଖଗେଶ୍ୱର ମହାନନ୍ଦ, ଗୌରି ରାଉତ ସହ ବହୁ ସଂଖ୍ୟାରେ କର୍ମୀମାନେ ସାମିଲ ଥିଲେ ।

jittmm
Leave A Reply

Your email address will not be published.