ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ମାୟାବର୍ହା କ୍ଲଷ୍ଟର ସାହାଜବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷର ବାର୍ଷିକ କ୍ରୀଡ଼ା ଉତ୍ସବ ପ୍ରଧାନ ଶିକ୍ଷକ ଆର୍ତ୍ତତ୍ରାଣ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ବ୍ଲକ୍ ସହ ଶିକ୍ଷା ଅଧିକାରୀ ଗପ୍ସଜଳୁ ମିର୍ଦ୍ଧା ମୁଖ୍ୟ ଅତିଥି ତଥା ମାୟାବର୍ହା ପଞ୍ଚାୟତର ଭାରପ୍ରାପ୍ତ ସରପଞ୍ଚ ସମ୍ପଦ ବାଘ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଖେଳ ଶିକ୍ଷକ ରସିକ ପଧାନ, ସାରଥୀ ଥପା, ରାମେଶ୍ଵର ମାଝୀ, ଚୈତନ୍ୟ ବାରିକ, ସାନନ୍ଦ ବାରିକ ଯୋଗ ଦେଇ କ୍ରୀଡ଼ାର ସୁପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ରଶ୍ମିତା ପଧାନ ଅତିଥି ପରିଚୟ କରିଥିବା ବେଳେ ସହକାରୀ ଶିକ୍ଷକ ଦୀପକ କୁମାର ସାହୁ, ସୁବଳ ମାଝୀ ଓ ସରୋଜ କୁମାର ବାଗ, ପୁରାତନ ଛାତ୍ରଛାତ୍ରୀ ଓ ସାହାଜବାହାଲ ଗ୍ରାମବାସୀ ସହଯୋଗ କରିଥିଲେ । ଦୌଡ଼, ଲମ୍ବଡିଆଁ, ସଟ୍ ଫୁଟ୍, ଡିସ୍ କସ୍ ଥ୍ରୋ ଓ ମ୍ୟୁଜିକ୍ ଚେୟାର ଆଦି ଖେଳରେ ପିଲାମାନେ ଭାଗ ନେଇ ପ୍ରତିଭା ପ୍ରଦର୍ଶନ କରିଥିଲେ । ବରିଷ୍ଠ ଶିକ୍ଷକ ଗୁପ୍ତେଶ୍ୱର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post