ପ୍ରଥମାଷ୍ଟମୀରେ ଜ୍ୟେଷ୍ଠ ସନ୍ତାନଙ୍କ ଖୁସି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀତିଥିକୁ ପ୍ରଥମାଷ୍ଟମୀ ବା ପୋଢୁଆଁଷ୍ଟମୀ ପର୍ବ ରୂପେ କେଉଁ ଆବାହନ କାଳରୁ ଓଡ଼ିଶାରେ ପାଳିତ ହେଇଆସୁଛି । ଏହି ଅବସରରେ ଡେଲାଙ୍ଗର ପୁରପଲ୍ଲୀରେ ପ୍ରତ୍ୟକ ପରିବାରର ଜ୍ୟେଷ୍ଠ ସନ୍ତାନମାନଙ୍କ ମଙ୍ଗଳକାମନା, ସୁଖସମୃଦ୍ଧି ଓ ଦୀର୍ଘ ଜୀବନ ପାଇଁ ପୂଜାର୍ଚ୍ଚନା କରଯାଇଛି । ଏହିଦିନ ପ୍ରତ୍ୟୁଷରୁ ଘରର ଜ୍ୟେଷ୍ଠ ପୁତ୍ର / କନ୍ୟାଙ୍କୁ ହଳଦି ପାଣିରେ ଗାଧୋଇ ମାମୁଁ ଘରୁ ଆସିଥିବା ନୂଆ ପୋଷକ ପରିଧାନ କରି ମୁଣ୍ଡରେ ଚନ୍ଦନ ଟୋପା ଲଗାଇ ପରିବାରର ମା’, ଜେଜେମା ତୁଳସୀ ଚଉରା ମୂଳେ ବନ୍ଦାପନା କରିଥାନ୍ତି । ଘରେ ଘରେ ହଳଦୀ ପତ୍ରରେ ତିଆରି ଏଣ୍ଡୁରି ପିଠା ସାଙ୍ଗକୁ ମାମୁଁ ଘର ମୁଢ଼ି ମୁଆଁ, ମିଠା ଓ ମାମୁଁଙ୍କୁ ଦେଖି ଭଣଜା/ଭାଣେଜିଙ୍କ ଖୁସି କହିଲେ ନସରେ । ପରିବାର ଲୋକେ ଉତ୍ସାହ ଉଦ୍ଦୀପନା ସହିତ ଏହି ପ୍ରଥମାଷ୍ଟମୀ ପର୍ବ ପାଳନ କରିଛନ୍ତି ।

Leave A Reply

Your email address will not be published.