ପ୍ରତାପ ସାଗର ପୁନଃ ଉଦ୍ଧାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲା ବଲାଙ୍ଗିର ଟାଉନ୍‌ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟାଉନ୍‌ କଂଗ୍ରେସ ପକ୍ଷରୁ ୱାର୍ଡ ନଂ ୧୬ ପ୍ରତାପ ସାଗର ପାଖରେ ଏକ ପଥପ୍ରାନ୍ତ ସଭା କରି ଏହାର ପୁନଃ ଉଦ୍ଧାର ଦାବୀ ହୋଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଏହି ସାଗରର ପୁନଃ ଉଦ୍ଧାର ପାଇଁ ଅନେକ ଦିନ ହେଲା ସ୍ଥାନୀୟ ଲୋକେ ଦାବୀ କରି ଆସୁଥିଲେ ସୁଦ୍ଧା ଏଥିପ୍ରତି ଜିଲ୍ଲା ପ୍ରଶାସନ ତଥା ପୌର ପରିଷଦ ଦୃଷ୍ଟି ଦେଉନାହିଁ । ପୂର୍ବରୁ ବର୍ଷା ପରେ ବଲାଙ୍ଗିର ପୌରାଞ୍ଚଳର ସମସ୍ତ ଜଳାଶୟ ପୁନଃ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ସୁଦ୍ଧା ଏହି ସାଗର ଉପରେ ଅଣଦେଖା କରାଯାଇଛି । ତୁରନ୍ତ ଏହି ଜଳାଶୟର ପୁନଃ ଉଦ୍ଧାର କାମ ନକଲେ କଂଗ୍ରେସ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଗେଟ୍‌ସରୋବର ବନ୍ଧର ସମ୍ପୂର୍ଣ୍ଣ ପୁନଃ ଉଦ୍ଧାର ପାଇଁ ଲୋକେ ଦାବୀ କରୁଥିବା ବେଳେ ଏହାର ପାଣି ଉପରେ ରହିଥିବା ମଇଳା କେବଳ ସଫେଇ କରୁଛି ପୌର ପରିଷଦ । ଲୋକଙ୍କୁ ପୁନଃ ଉଦ୍ଧାର ନାଁରେ ଭୂଆଁ ବୁଲାଉଛି ପ୍ରଶାସନ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.