om academy

ସାମୁହିକ ବ୍ରତୋପୟନ ପାଇଁ ପ୍ରସ୍ତୁତି ବୈଠକ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସନ୍ଧ୍ୟାରେ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରରେ ବାଧିତ ଜନବଂଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ସମିତିର ଏକ ବୈଠକ ସଭାପତି ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜନ୍ମ ଶତ ବାର୍ଷିକୀ ସମିତି ତରଫରୁ ନରସିଂହ ମନ୍ଦିର ଠାରେ ନଭେମ୍ବର ୨୪ ତାରିଖରେ ନିଶୁଳ୍କ ସାମୁହିକ ବ୍ରତୋପନୟନ କରିବାକୁ ସ୍ଥିର କରାଯାଇଥିଲା । ଆଗ୍ରହୀ ବନ୍ଧୁମାନେ ଜନ୍ମ ଶତବାର୍ଷିକୀ ସମିତିର କାର୍ଯ୍ୟକର୍ତ୍ତାଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ଏହି ସଭାରେ ନିଳମଣି ମିଶ୍ର, ସତ୍ୟବନ୍ତ ବେଦବାକ୍‌, ପର୍ଶୁରାମ ନାୟକ, ରଘୁନାଥ ମିଶ୍ର, କସ୍ତୁରୀ ରଥ, ହୃଷିକେଶ ପୁରୋହିତ, ଅରୁଣ ଖୁଆସ, ମାଳତି ଉଦ୍‌ଗାତା, ସୁନାଧର ବନଛୋର, ଦୁର୍ଗା ସାହୁ ଓ ମଦନ ମୋହନ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରତ୍ନମୟ ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.