ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ହାଇସ୍କୁଲରେ ଖାନ୍ ଏକାଡେମୀର କାସକେଡ ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ ଡ଼. ଦ୍ୱାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ବନାଞ୍ଞ୍ଚଳ ହୃଦାନନ୍ଦ ମିଶ୍ର, ପାଇକମାଲ ଏବିଇଓ ଚକାମନ ସୁନା ଏବଂ ଦୁବରାଜ ବେଶ୍ରା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଖାନ୍ ଏକାଡେମୀର ଗଣିତ ଓ ବିଜ୍ଞାନ ବିଷୟରେ ପ୍ରଶିକ୍ଷଣ ଥିଲାବେଳେ ୨ଜଣ ଆର୍ପି ଲଲିତ କୁମାର ବିଶ୍ଵାଳ ଏବଂ ବିକାଶ ଚନ୍ଦ୍ର ରଣାଙ୍କ ସହିତ ୫୨ ଜଣ ଶିକ୍ଷକ ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।