ତ୍ରିଦିବସୀୟ ଅଭିମୁଖୀକରଣ ପ୍ରଶିକ୍ଷଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ମଧୁସୂଦନ ଦାସ ରିଜିଓନାଲ୍ ଏକାଡେମୀ ଅଫ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟର ସହଯୋଗରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ନୂତନ ଭାବେ ଯୋଗଦାନ କରିଥିବା ଜୁନିଅର ଆସିଷ୍ଟାଣ୍ଟ ମାନଙ୍କର ତ୍ରିଦିବସୀୟ ଅଭିମୁଖୀକରଣ ପ୍ରଶିକ୍ଷଣ କୋର୍ସ କୋର୍ଡିନେଟର ତଥା ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଉଦ୍‌ଘାଟିତ ହୋଇଯାଇଛି । ଏହି ସଭାରେ ଝାରବନ୍ଧ ବ୍ଲକ ଶିକ୍ଷାଅଧିକାରୀ ଶୁଭମ୍ କୁମାର ପତି ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଏ.ବି.ଇ.ଓ ଜୟକୁମାର ସାହୁ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ପେନ୍‌ସନ୍‌ ରୁଲ୍, ସର୍ଭିସ୍ ରୁଲ୍ ଓ ଏନ୍.ପି.ଏସ୍ ସମ୍ୱନ୍ଧରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ୪୦ ଜଣ ଜୁନିଅର ଆସିଷ୍ଟାଣ୍ଟ ଯୋଗଦେଇଛନ୍ତି ଓ ଏମାନେ ତିନିଦିନ ଧରି ଭର୍ଚୁଏଲ ମୋଡ୍‌ରେ ପ୍ରଶିକ୍ଷଣ ନେବେ ।

Leave A Reply

Your email address will not be published.