oum

ଅମାନିଆଙ୍କ ଉପରେ ଜିଲ୍ଲା ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

jsm

ଅନୁଗୁଳ : ଅନୁଗୁଳ ସହରରେ କରୋନା କଟକଣାକୁ ଅବମାନନା କରିଥିବାରୁ ଅନୁଗୁଳ ଜିଲ୍ଲାପାଳଙ୍କ ନେତୃତ୍ୱରେ ଜୋରଦାର ଚଢ଼ାଉ କରାଯାଇଥିଲା । ୬ଟି ଟିମ ଗଠନ କରାଯାଇ ଏକାଧିକ ଦୋକାନ ସିଲ୍ କରିବା ସହ ଜରିମାନା ଆଦାୟ କରାଯାଇଛି । ପୌର କାର୍ୟ୍ୟାଳୟ ଠାରେ ଥିବା ଏକ ଜନସେବା କେନ୍ଦ୍ର ସିଲ୍ କରିବା ସହ ଜଗନ୍ନାଥ ମନ୍ଦିର ଠାରେ ୪ଟି ଭୋଗ ଦୋକାନ ସିଲ୍ କରାଯାଇଛି । ତାସହ ଜରିମାନା ମଧ୍ୟ ଆଦାୟ କରାଯାଇଛି । ବଜାର ଅଞ୍ଚଳର ଏକ ଚାଉଳ ଗୋଦାମ ସିଲ୍ କରିବା ସହ ଜରିମାନା ଆଦାୟ କରାଯାଇଛି । ସୁମଙ୍ଗଳ ଶାଢ଼ୀ ଦୋକାନରେ ଚଢ଼ାଉ କରି ୧୦ହଜାର ଜରିମାନା ଆଦାୟ କରାଯାଇଛି । ସେହିପରି ଶିମିଲିପଡ଼ା ଛକ, ଥାନା ଛକ ଓ କଲେଜ ଛକଠାରେ ଜଗି ଅମନିଆଙ୍କ ଠାରୁ ବହୁସଂଖ୍ୟାରେ ଜରିମାନା ଆଦାୟ କରାଯାଇଛି । ପାଖାପାଖି ୮୦ହଜାର ଟଙ୍କା ଆଦାୟ କରାଯାଇଥିବା ସୂଚନା ଅଛି । ଏହି ଚଢ଼ାଉ ବେଳେ ଅନୁଗୁଳ ତହସିଲଦାର ବିମଳ ଲେଙ୍କା, ସହକାରୀ ଜିଲ୍ଲାପାଳ ଦୋଳ ଗୋବିନ୍ଦ ସାହୁ ସାମିଲ ଥିଲେ ।

Leave A Reply

Your email address will not be published.