oom

ଦୃଷ୍ଟିହୀନମାନଙ୍କ ସାମଗ୍ରୀକ କଲ୍ୟାଣ ପାଇଁ ଓବିଏଫ୍‌ର ଉଦ୍ୟମ ପ୍ରଶଂସନୀୟ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦୃଷ୍ଟିହୀନମାନଙ୍କ ସାମଗ୍ରୀକ କଲ୍ୟାଣ ପାଇଁ ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନ (ଓବିଏଫ)ର ଉଦ୍ୟମ ପ୍ରଶଂସନୀୟ ବୋଲି ୨୬ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଭିନ୍ନ ବକ୍ତା ମତପୋଷଣ କରିଛନ୍ତି । ସ୍ଥାନୀୟ ଆମ୍ବପୁଆସ୍ଥିତ ପ୍ରତିଷ୍ଠାନର କେନ୍ଦ୍ରୀୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ପ୍ରତିଷ୍ଠାନର ସଭାପତି ବିଜୟ କୁମାର ରଥ ଅଧ୍ୟକ୍ଷତା କରିବା ସହ ଦୀର୍ଘ ୨୬ ବର୍ଷର ଇତିହାସ ସମ୍ପର୍କରେ ଆଲୋକପାତ କରି ଶତାଧିକ ଅସହାୟ ଦୃଷ୍ଟିହୀନଙ୍କୁ ସହାୟତା ପ୍ରଦାନ କରିଆସୁଛି ବୋଲି କହିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଜଳବାୟୁ ବିଜ୍ଞାନୀ ପ୍ରଫେସର ଡ଼ମ୍ବରୁଧର ସାହୁ, ଭୁବନେଶ୍ୱରସ୍ଥିତ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପାଢ଼ୀ, ଯୋଗଦେଇ ଓଡ଼ିଶାର ଦୃଷ୍ଟିହୀନମାନଙ୍କ ଶିକ୍ଷା ଏବଂ ଥଇଥାନ ଦିଗରେ ବିଜୟ ରଥଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଇଂ. ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ସମାଜସେବୀ ଡ଼. ଡ଼ମ୍ବରୁଧର ସାହୁ, ଭଗବତ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ଇଂ. ଜୟଦେବ ପ୍ରଧାନ, ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ବ୍ରହ୍ମପୁର ଦୃଷ୍ଟିହୀନ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ରଜନୀକାନ୍ତ ପାଢ଼ୀ, ଜ୍ୟୋତିଶ୍ରୀ ରାଉତ, ଝିଲି ପାତ୍ର, ଗାନ୍ଧୀ ପ୍ରଧାନ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ଏହି ଅବସରର ୧୫ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.