centurian jitm

ଯୁବ ଲେଖକଙ୍କ ୩୫୦ କି.ମି. ବାଇକ୍‌ ଯାତ୍ରା, ‘ଲାଇଫ୍‌ରେଚର୍‌’ର କଳାହାଣ୍ଡି ଅନ୍ୱେଷଣ : ପ୍ରକୃତି ସହ ପାର୍ବଣ

nschool

ଭବାନୀପାଟଣା, (ହେମନ୍ତ ସାହୁ) : ଜୀବନଶୈଳୀ ଓ ସାହିତ୍ୟକୁ ନେଇ କାର୍ଯ୍ୟରତ ସଂସ୍ଥା ଗ୍ଲୋବାଲ୍‌ ଲାଇଫ୍‌ରେଚର୍‌ ଫାଉଣ୍ଡେସନ୍‌ ପକ୍ଷରୁ ରାଜ୍ୟର ବିଭିନ୍ନ ପ୍ରାନ୍ତର ଯୁବ ଲେଖକ ତଥା ପ୍ରକୃତିପ୍ରେମୀଙ୍କୁ ନେଇ ଏକ ନିଆରା କାର୍ଯ୍ୟକ୍ରମ ‘କଳାହାଣ୍ଡି ଅନ୍ୱେଷଣ : ପ୍ରକୃତି ସହ ପାର୍ବଣ’ ଆୟୋଜିତ ହୋଇଯାଇଛି । ଲାଇଫ୍‌ରେଚର୍‌ର ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ ଡିଲେଶ୍ୱର ରଣାଙ୍କ ନେତୃତ୍ୱରେ ଆୟୋଜିତ ଏହି ଯାତ୍ରାରେ ଯୁବ ଗବେଷକ ଡ. ଶ୍ରୀକାନ୍ତ ବାରିକ, ଡ. ଜଗନ୍ନାଥ ସାହୁ, ଗାଳ୍ପିକ କୌତୁକ ପନ୍ଦର, ନାଟ୍ୟକାର ପ୍ରମୋଦ ସାହୁ, କବି ତ୍ରିନାଥ ଶ୍ୟାମ କୁମାର ଓ ପ୍ରକୃତିପ୍ରେମୀ ବୈବସୁତ ବାଗ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ଓ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଥିଲେ । ୩୫୦ କିଲୋମିଟର ବ୍ୟାପୀ ଏହି ଦୁଇଦିନିଆ ବାଇକ୍‌ ଯାତ୍ରାରେ ସେମାନେ ଏ ଅଞ୍ଚଳର ପ୍ରକୃତି ଓ ସଂସ୍କୃତିର ସାହିତ୍ୟିକ ମୂଲ୍ୟବୋଧ ଉଜାଗର କରିବା ପାଇଁ ସ୍ଥାନୀୟ ଅଧିବାସୀଙ୍କ ସହ ଭାବ ବିନିମୟ କରିଥିଲେ । ବଲାଙ୍ଗିର-କଳାହାଣ୍ଡି ସୀମାନ୍ତ ତେଲନଦୀରୁ ଯାତ୍ରା ଆରମ୍ଭ ହୋଇ କେସିଙ୍ଗା, ଭବାନୀପାଟଣା, ଫୁଲ୍‌ଝରନ୍‌, କର୍ଲାପାଟ ଅଭୟାରଣ୍ୟ, ଇନ୍ଦ୍ରାବତୀ ନଦୀର ଉତ୍ପତ୍ତିସ୍ଥଳ ମର୍ଡିଗୁଡ଼ା, ଥୁଆମୂଳ ମାଣିକେଶ୍ୱରୀ ମନ୍ଦିର, ଥୁଆମୂଳ ରାମପୁର ମାଣିକେଶ୍ୱରୀ ମନ୍ଦିର, ହେଲୋ ପଏଣ୍ଟ, ସିନ୍ଦେର୍‌ ଝର, ମହୁଲପାଟଣା ବରିହାସିଲ୍‌, ମୁଖିଗୁଡ଼ା ଘାଟି, ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପ, ତାଳଗୁଡ଼ ଡୋକରୀ ଗୁଡ଼ି, ଜୟପାଟଣା, ବାନେର, ଲଡ଼ୁଗାଁ, ଆମପାଣି ଘାଟି, ବୁଢ଼ାରଜା ମନ୍ଦିର, ଶିଳ୍ପଗ୍ରାମ କନ୍ଦାଗଡ଼, ଗୁଡ଼ହାଣ୍ଡି-ଡୋକରୀଚଞ୍ଚରା, ଡୋକରୀ ଦର, ଭଏଁରା ଘୁମର, ବେହେରା ଦନ୍ତେଶ୍ୱରୀ ମନ୍ଦିର, ଧର୍ମଗଡ଼ ଭଣ୍ଡାର୍‌ଘରେନ୍‌ ମନ୍ଦିର, ଜୁନାଗଡ଼ ଲଙ୍କେଶ୍ୱରୀ ମନ୍ଦିର, ଖମ୍ବେଶ୍ୱରୀ ମନ୍ଦିର ଦେଇ ତେଲନଦୀରେ ସମାପ୍ତ ହୋଇଥିଲା । ଏହି ଅବସରରେ ଇନ୍ଦ୍ରାବତୀ, ବୁଢ଼ାରଜା, ଡୋକରୀ ଦେବୀ, ଗୁଡ଼ହାଣ୍ଡି ଆଦି ପ୍ରସଙ୍ଗରେ ବିଭିନ୍ନ ପର୍ଯ୍ୟାୟରେ ଜୀବନଶୈଳୀ-ସାହିତ୍ୟ ଚର୍ଚ୍ଚା ଆୟୋଜିତ ହୋଇଥିଲା । ଏଥିରେ ବିଶିଷ୍ଟ ବାଗ୍ମୀ ସତ୍ୟନାରାୟଣ ମୁଣ୍ଡଛିନା, ବିଶିଷ୍ଟ କବି ଋତୁରାଜ ମାଝୀ, ଗୁଡ଼ହାଣ୍ଡି-ଡୋକରୀଚଞ୍ଚରା ସୁରକ୍ଷା ସମିତି ସଦସ୍ୟ ଅଜୟ ମାଝୀ ଓ ଭୀଷ୍ମ ଧଙ୍ଗଡ଼ାମାଝୀ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ସନାତନ ନାଏକ, ଆଲୋକ ରଂଜନ ମୁଣ୍ଡ, ଭୁବନେ ଦିଶାରୀ, ଶୁକ୍ରୁ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଲାଇଫ୍‌ରେଚର୍‌ର ଏହି ଅଭିଯାନକୁ ରାଜ୍ୟ ସାହିତ୍ୟିକ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ରାଜ୍ୟ ଓ ଦେଶର କୋଣ ଅନୁକୋଣରେ ଆୟୋଜନ କରାଯିବ ବୋଲି ଆବାହକ ଦ୍ୱୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!