ପ୍ରକୃତି ପ୍ରେମୀ ପ୍ରଫୁଲ୍ଲ ମାକର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଧୁମାଭଟା ଜଗଦଲପୁରର ପ୍ରକୃତି ପ୍ରେମୀର ଉଦାହରଣ ସାଜିଛନ୍ତି ପ୍ରଫୁଲ୍ଲ ମାକର । ତାଙ୍କ ଘର ପଦ୍ମପୁର ଉପଖଣ୍ଡ ଧୁମାଭଟା ଗ୍ରାମରେ । ସେ ଧୁମାଭଟା ଛକରେ ଏକ ଜଳଖିଆ ଦୋକାନ ସହିତ ବିଭିନ୍ନ ସାମଗ୍ରୀ ରଖି ବିକ୍ରି କରନ୍ତି । ଧୁମାଭଟା ଛକକୁ ଗଲେ ଜଣାପଡେ ପ୍ରଫୁଲ୍ଲଙ୍କର ପ୍ରକୃତି ପ୍ରେମ । ସେ ଦୋକାନ ସମ୍ମୁଖରେ ରଖିଛନ୍ତି ବିଭିନ୍ନ ପ୍ରକାର ଫୁଲଗଛ ସହିତ ଔଷଧ୍ୟୟ ବୃକ୍ଷ । ଏହି ଦୋକାନକୁ ଲୋକମାନେ ଗଲା ବେଳେ ଆକୃଷ୍ଟ କରୁଛି ମନଲୋଭା ଫୁଲ ଓ ଔଷଧୀୟ ବୃକ୍ଷ । ଜୀବନର ବ୍ୟସ୍ତତା ଭିତରେ ଆଦରି ନେଇଛନ୍ତି ପ୍ରକୃତିର ପ୍ରେମକୁ । ପ୍ରକୃତିର ଅବଦାନକୁ ସେ ଜଣେ ମେଲାପି ଉଦ୍ରବ୍ୟକ୍ତିର ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କ ଆଳାପ ଲୋକଙ୍କ ମନକୁ ଆକୃଷ୍ଟ କରୁଛି । ସେ ପଶୁପକ୍ଷୀମାନଙ୍କୁ ଯତ୍ନ ନେଉଥିବା ସ୍ଥଳେ ଅସହାୟ ଲୋକଙ୍କୁ ମଧ୍ୟ ସାହାଯ୍ୟ କରନ୍ତି । କରୋନା କଟକଣା ସମୟରେ ଛତିଶଗଡର ବହୁ ପଥଚାରୀ ଲୋକଙ୍କୁ ଖାଇବା ପିଇବା ଦେବା ସହିତ ବିଭିନ୍ନ ପ୍ରକାର ସାହାଯ୍ୟ କରିଛନ୍ତି । ଯାହାକି ଜୀବନର ବକ୍ତିତ୍ୱକୁ ପରିପ୍ରକାଶ କରିଥାଏ । ପରିବାରରେ ତାଙ୍କର ସ୍ତ୍ରୀ ବନିତା ମାକର, ତିନୋଟି ପୁଅ, ଭକ୍ତ, ରବି ଓ ପିଣ୍ଟୁଙ୍କୁ ନେଇ ତାଙ୍କର ଘର ସଂସାର । ତାଙ୍କର ପୁଅମାନେ ଭଦ୍ରତାର ପରିଚୟ ଦିଅନ୍ତି ନିଜର ଗ୍ରାହକମାନଙ୍କୁ । ସେ କହନ୍ତି ଜୀବନରେ ଯାହା କଲେ ମଧ୍ୟ କିଛି ନେଇ ଯିବାର ନାହିଁ ବରଂ ଦୁଃଖି, ଦରିଦ୍ରମାନଙ୍କୁ ସାହାଯ୍ୟ କଲେ ତାଙ୍କୁ ଅପାର ଆନନ୍ଦ ଆତ୍ମାକୁ ଶାନ୍ତି ମିଳେ ।

Leave A Reply

Your email address will not be published.