ହୃଷିକେଶ ପାଢ଼ୀଙ୍କୁ ‘ପ୍ରକୃତି ବନ୍ଧୁ’

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଭାଲେଣ୍ଟାଇନ ଦିବସରେ ପ୍ରେମୀଯୁଗଳ ତାଙ୍କ ପ୍ରେମକୁ ସୁଦୃଢ କରିବା ପାଇଁ ମଜ୍ଜି ରହିଛ‌ନ୍ତି । ତେବେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧକ୍ଷ ଆଇନଜୀବୀ ହୃଷିକେଶ ପାଢ଼ୀ ପରିବେଶ ସୁରକ୍ଷା ବାର୍ତା ନେଇ ନିଜ ଗ୍ରାମ ବୋଲକଣାରୁ ଚନ୍ଦନପୁର ଅଭିମୁଖେ ଯାତ୍ରାରମ୍ଭ କରିଛ‌ନ୍ତି । ସେଠାରେ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଶିଶୁ ଦରବାରର ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମେଳନରେ ଯୋଗ ଦେଇ ପରିବେଶ ସୁରକ୍ଷା ସ୍ଲୋଗାନ ଦେଇ ସଭାମଞ୍ଚରେ ‘ବୋଉ କହୁଥିଲା ଗଛ ତୁ ପୋତିବୁ’ କବିତା ପାଠ କରି ଶ୍ରୋତାମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଛ‌ନ୍ତି । ମୁଖ୍ୟ ଅତିଥି କବି ତଥା ବାଗ୍ମୀ ଶଙ୍କର୍ଷଣ ପରିଡା ଓ ଉଦଘାଟକ ପ୍ରଫେସର ମାନସ ମହାପାତ୍ର, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା କବି ରାଜକିଶୋର ପାଣିଗ୍ରାହୀ ଶ୍ରୀଯୁକ୍ତ ପାଢ଼ୀଙ୍କୁ ‘ପ୍ରକୃତିବନ୍ଧୁ’ ସମ୍ମାନରେ ସମ୍ଭର୍ଦ୍ଧିତ କରିବା ସହ ତାଙ୍କ ବ୍ୟାନର ‘ପରିବେଶ ପାଇଁ ଗଛଟିଏ’ ଲୋକାର୍ପଣ କରିଛନ୍ତି ।

Leave A Reply

Your email address will not be published.