ମହାନଦୀ ସେତୁ ପ୍ରକଳ୍ପ : ପ୍ରକଳ୍ପକୁ ନେଇ ଅନିଶ୍ଚିତତା, ଅଘଟଣ ଘଟି ଯାଉଛି ନିରୀହ ଶ୍ରମିକଙ୍କ ଜୀବନ

ବୌଦ୍ଧ, (ବଂଶୀଧର ମାଝୀ) : ମହାନଦୀ ସେତୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା।ଏହାର ନିର୍ମାଣ କାର୍ୟ୍ୟ କରିବା ପାଇଁ ଗୁଜୁରାଟର ରଣଜିତ କନ୍ସଷ୍ଟ୍ରକସନ ନାମକ ଏକ ଘରୋଇ ଠିକା ସଂସ୍ଥା ଟେଣ୍ଡର ପାଇଥିଲା । ଏହା ୨୦୧୯ ମସିହା ଡିସେମ୍ବର ମାସ ସୁଦ୍ଧା ନିର୍ମାଣ ଶେଷ କରିବା ପାଇଁ କାର୍ୟ୍ୟ ଅବଧି ଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ଏହାର ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇ ପାରିନଥିବାରୁ ପ୍ରକଳ୍ପକୁ ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ ଅନ୍ୟପଟେ କାର୍ୟ୍ୟରତ ଶ୍ରମିକଙ୍କ ପାଇଁ ଆବଶ୍ୟକ ସେପ୍ଟି ବ୍ୟବସ୍ଥା ଗ୍ରହଣ କରା ନଯିବା କାରଣରୁ ଲଗାତାର ଭାବେ ଗତ ଜାନୁୟାରୀ ୧୬ ତାରିଖ ମାର୍ଚ୍ଚ ୪ ତାରିଖ ଓ ମାର୍ଚ୍ଚ ୬ ତାରିଖରେ ସେତୁ ଉପରୁ ପଡି ବାହାର ରାଜ୍ୟର ୩ ଜଣ ନିରୀହ ଶ୍ରମିକଙ୍କ ମୃତ୍ୟୁ ଘଟି ଏ ଖବର ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇବା ପରେ ବୁର୍ଲା ଭିସୁଟର ସେପ୍ଟି କଂସଲଣ୍ଟାଣ୍ଟ ଏଚଓଡି ସିଭିଲ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଇଂ. ଏସ କେ ପାତ୍ରଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ ନିର୍ମାଣଧିନ ସେତୁ ପ୍ରକଳ୍ପର ସେପ୍ଟି ବ୍ୟବସ୍ଥାର ତଦାରଖ କରାଯାଇ ସରକାରଙ୍କ ନୀତି ନିୟମ ଓ ଠିକସଂସ୍ଥା କରିଥିବା ସତ୍ୟପାଠ ଅନୁଯାଇ ସୁରକ୍ଷା ବ୍ୟବସ୍ଥା ଅନୁପାଳନ କରାଯାଇଛି ନାଁ ନାହିଁ ଆଗକୁ କାର୍ୟ୍ୟ କରିବା ସମୟରେ ଶ୍ରମିକଙ୍କ ସୁରକ୍ଷା ପାଇଁ ଫଳ ଆରେଷ୍ଟର ଭଳି ନୂତନ ଜ୍ଞାନ କୌଶଳକୁ କାର୍ୟ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇ ଫେରି ଯାଇଥିଲେ । ହେଲେ ଏହିସବୁ ଦୁର୍ଘଟଣା ପାଇଁ ନିର୍ଦ୍ଧିଷ୍ଟ ଭାବେ କାହାକୁ ଦାୟି କରିନଥିଲେ । ସେହିପରି ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ନିୟମିତ ଅନୁଧ୍ୟାନ ଓ ସେପ୍ଟି ସୁରକ୍ଷା ଯାଞ୍ଚ ପାଇଁ ସରକାରଙ୍କ ଦ୍ଵାରା ନିୟୋଜିତ ହୋଇଥିବା ଥାର୍ଡପାର୍ଟି ଏସଏମ କଂସଲଟାଣ୍ଟ ଏଜେନ୍ସି ମଧ୍ୟ କିପରି ଠିକସଂସ୍ଥା ଦ୍ୱାରା ଏହି ସବୁ ଲାଇସେନ୍ସ ଅଛିନା ନାହିଁ ଏହାର ତଦାରଖ କରାଯାଇନଥିଲା ତାକୁନେଇ ବୁଦ୍ଧିଜୀବୀ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି । ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଠିକାସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ଯୋଗୁଁ ବାରମ୍ବାର ଏଭଳି ଅଘଟଣ ଘଟି ନିରୀହ ଶ୍ରମିକଙ୍କ ଜୀବନ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.