oum

ପ୍ରହସନ ସାଜିଛି ସରକାରଙ୍କର ବସୁଧା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ

jsm

ଯାଜପୁର : ଯୋଜନା ଉପରେ ଯୋଜନା, କିନ୍ତୁ ଗୋଟିଏ ବି ଫଳପ୍ରଦ ହେଉନାହିଁ । ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତରେ ୧କୋଟି ୬୩ଲକ୍ଷ ବ୍ୟୟ ବରାଦରେ ନିର୍ମିତ ବସୁଧା ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ଦିନ ହେଲା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଯାହାକି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ କରକମଳରେ ତା୧୨.୦୨.୨୦୧୯ରେ ଉଦଘାଟନ ହୋଇଥିଲା । ବଡ ଦୁଃଖର ବିଷୟ କି ୨ବର୍ଷ ସମୟ ଅବଧିରେ ମଧ୍ୟ ଏହା ଶେଷ ହୋଇ ପାରୁ ନାହିଁ । ଏହାକୁ ତୁରନ୍ତ ଚାଲୁ କରି ହିତାଧିକାରୀଙ୍କୁ ପାଣି ଯୋଗାଇବା ପାଇଁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.