ବଲାଙ୍ଗିର ସହର, ଟିଟିଲାଗଡ଼ ଓ ତୁଷୁରା ଅଞ୍ଚଳରେ ଚାଲିଥିବା ପ୍ରଦୂଷଣ ସେଣ୍ଟରକୁ ଯାଞ୍ଚ କଲା ଜିଲ୍ଲା ପରିବହନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର, ଟିଟିଲାଗଡ଼ ଓ ତୁଷୁରା ଅଞ୍ଚଳରେ ଚାଲିଥିବା ପ୍ରଦୂଷଣ ସେଣ୍ଟର ମାନଙ୍କୁ ଏସଟିଏ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଯାଞ୍ଚ କରାଯାଇଛି । ଯାନ ବାହନ କିପରି ସାର୍ଟିଫିକେଟ ଓ ପ୍ରଦୂଷଣ ଟେଷ୍ଟ ଚାଲିଛି ତା’ ଉପରେ ଯାଞ୍ଚ କରିଥିଲେ । ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି ଜନସାଧାରଣ ଠକାମୀର ଶିକାର ନହୋଇ ସଠିକ ସ୍ଥାନରେ ପ୍ରଦୂଷଣ ସାର୍ଟିଫିକେଟ କରାନ୍ତୁ । ନିଜ ନିଜ ଗାଡି ମାନଙ୍କ ପ୍ରଦୂଷଣ ସାର୍ଟିଫିକେଟ ଠିକ୍ ସ୍ଥାନରେ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.