shyamal

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଦେଶିକ ବିଜ୍ଞାନ ମେଳା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ସଂଗଠନ ବିଦ୍ୟା ଭାରତୀ ଆନୁକୂଲ୍ୟରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ମାର୍ଗଦର୍ଶନରେ ଆଜିଠାରୁ ବଲାଙ୍ଗିର କଲେଜ ଛକ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୩ ଦିନ ଧରି ଆୟୋଜିତ ହେଉଛି ପ୍ରାଦେଶିକ ବିଜ୍ଞାନ ମେଳା । ଓଡିଶା ରାଜ୍ୟର ବିଭିନ୍ନ ସମ୍ଭାଗରୁ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ବିଜ୍ଞାନର ନୂତନ ସମ୍ଭାବନା, ପ୍ରୟୋଗ ଓ ବ୍ୟବହାରିକ ବିଜ୍ଞାନ ବିଷୟ ଆଧାରରେ ଛାତ୍ରଛାତ୍ରୀଙ୍କ ଭିତରେ ନୂତନ ବିଜ୍ଞାନ ଚେତନା ପାଇଁ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ । ଏହି ପ୍ରାଦେଶିକ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରୁଛନ୍ତି ୧୬୮ ଜଣ ଛାତ୍ରଛାତ୍ରୀ । ସାରା ଓଡିଶାରୁ ୮୬ ଜଣ ଆଚାର୍ଯ୍ୟ,ଆଚାର୍ଯ୍ୟା ଆସିଥିବା ବେଳେ ବାଲ ବର୍ଗ, କିଶୋର ବର୍ଗ, ତରୁଣ ବର୍ଗରେ ଏହି ମେଳା ଆୟୋଜନ ହେଉଥିବାର ସୂଚନା ଦେଇଛନ୍ତି । ଶିକ୍ଷା ବିକାଶ ସମିତି, ଓଡିଶାର ଶିକ୍ଷା ବିକାଶ ସମିତି, ଓଡିଶାର ସଭାପତି କିଶୋରଚନ୍ଦ୍ର ମହାନ୍ତି । ବିଜ୍ଞାନ ମେଳାର ଅବ୍ୟବହିତ ପୂର୍ବରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ତାରକ ପ୍ରସାଦ ସରକାର, ସଂଗଠନ ମନ୍ତ୍ରୀ, ତ୍ରିବିକ୍ରମ ଦାଶ, ସଭାପତି, ପରିଚାଳନା କମିଟି, ପ୍ରକାଶ ଚନ୍ଦ୍ର ମହାନ୍ତି, ବଲାଙ୍ଗିର ବିଭାଗ ନୀରିକ୍ଷକ, ଦକ୍ଷିଣ ପଶ୍ଚିମ ସଂଭାଗ ସହ ସଂଯୋଜକ, ନୀଳାଞ୍ଚଳ ଚିରଗୁନ, ସଂପାଦକ ପରିଚାଳନା ସମିତି, ମାଧବ ଚନ୍ଦ୍ର ଶତପଥୀ, ପ୍ରାନ୍ତ ବିଜ୍ଞାନ ପ୍ରମୁଖ, ଜୀବେଶ୍ୱର ପ୍ରଧାନ, କୋଷାଧ୍ୟକ୍ଷ ଓ ରାମ କୁମାର ମିଶ୍ର, ଜିଲ୍ଲା ପ୍ରମୁଖ ଡଃ. ଗୋଦାବରୀଶ ରଥ, ଉପ ସଭାପତି ପରିଚାଳନା ସମିତି ମଂଚାସୀନ ହୋଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର, ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କବିରାଜ ପ୍ରଧାନ, ଆଚାର୍ଯ୍ୟ, ରୁଦ୍ର ନାରାୟଣ ବେହେରା, ସହ ପ୍ରାନ୍ତ ପରୀକ୍ଷା ସଂଯୋଜକ, ମନୋରଂଜନ କର, ବିଭାଗ ନୀରିକ୍ଷକ ସୁବର୍ଣ୍ଣପୁର, ଯୁବରାଜ କୁଦେଇ, ବିଭାଗ ନୀରିକ୍ଷକ, ନୂଆପଡା ପ୍ରମୁଖ ଉପସ୍ଥିତ ଥିଲେ। ।

purusottam
Leave A Reply

Your email address will not be published.