jayashree

ପୁଇଁତଲା ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ

  • ବିଜ୍ଞାନ ହେଉଛି ଆଜିର ସମାଜର ପ୍ରଗତିଶୀଳ ପଥ

ବଲାଙ୍ଗିର/ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଏଁଲାସାରି ଠାରେ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବ୍ଲକ ଆବାହକ ପର୍ଶୁରାମ ସାହୁ, ବ୍ଲକ ସଂଯୋଜକ ଜୟକୃଷ୍ଣ ନାଏକ, ପ୍ରଧାନ ଶିକ୍ଷକ ବୁଡୁ ପଧାନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ବିଜ୍ଞାନ ମେଳାରେ ୧୯୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର ସମ୍ମାନୀତ ଅତିଥି, ପ୍ରଧାନ ଶିକ୍ଷକ ନୀଳମଣି ପଟେଲ, ଦିଲ୍ଲୀପ ଯୋଶୀ, ଏବିଇଓ ନୀଳମଣି ପଣ୍ଡା, ଲଛମନ ପଧାନ, ଗୋପାଲ ବୁଡେକ ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ନିଜ ବକ୍ତବ୍ୟରେ ବିଜ୍ଞାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ବିଜ୍ଞାନ ହେଉଛି ଆଜିର ସମାଜର ପ୍ରଗତିଶୀଳ ପଥ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମିଶ୍ର ବିଶ୍ୱର ପ୍ରତିଟି କ୍ଷେତ୍ରରେ ବିଜ୍ଞାନର ଉପଯୋଗ ନିତାନ୍ତ ଆବଶ୍ୟକ ବୋଲି କହିବା ସହ ବିଜ୍ଞାନ ହେଉଛି ମନ୍ୟୁଷ୍ୟ ଜାତି ପାଇଁ ଆଶୀର୍ବାଦ ବୋଲି କହିଥିଲେ । ଏହି ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ଶ୍ରେଷ୍ଠ ୭ଟି ପ୍ରକଳ୍ପକୁ ଜିଲ୍ଲାସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେବାକୁ ଘୋଷଣା କରାଯାଇଥିଲା । ବନ୍ଧପଡା ହାଇସ୍କୁଲ ଛାତ୍ରୀ ସୁଶୀଳା ନାଏକ, ଛତାପିପଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶୃତିସ୍ମିତା ବରିହା, ବୁବେଲ ହାଇସ୍କୁଲ ଛାତ୍ରୀ ସୁଶ୍ରୀତା ସାଏ, ବହଲପଦର ହାଇସ୍କୁଲ ଛାତ୍ରୀ ପୂଜାରାଣୀ ସେଠ, ବୁବେଲ ହାଇସ୍କୁଲ ଛାତ୍ର ରାକେଶ ରଣା, ମହିମୁଣ୍ଡା ହାଇସ୍କୁଲ ଛାତ୍ର ପ୍ରଦୀପ ରଞ୍ଜନ ସାହୁ, ଜାମଗାଁ ହାଇସ୍କୁଲ ଛାତ୍ରୀ ଅର୍ଚ୍ଚିତା ଡାଙ୍ଗ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲେ । ବିଚାରକ ଭାବେ ରାଜକିଶୋର ମିଶ୍ର ଓ ସୁବ୍ରତ ବାବୁ ଯୋଗ ଦେଇଥିଲେ । ପ୍ରଥମ ଓ ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ନାରାୟଣ ମିଶ୍ର, ଶୈଳେନ୍ଦ୍ରୀ ପରିଡା ଓ ଅଳକା ଦାଶ । ଧନ୍ୟବାଦ ଦେଇଥିଲେ ପ୍ରଧାନ ଶିକ୍ଷକ ବୁଡୁ ପଧାନ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ବ୍ଲକର ସମସ୍ତ ସି.ଆର୍‌.ସି.ସି ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା କର୍ମଚାରୀ ।

Leave A Reply

Your email address will not be published.