ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଉତ୍କୃଷ୍ଟ ପ୍ରଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷର ଇନସ୍ପାୟାର ଆୱାର୍ଡ ଫଳ ପ୍ରକାଶିତ ହୋଇଯାଇଛି । ଏଥିରେ ପଦ୍ମପୁର ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୩ଜଣ ଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି । ସେମାନେ ହେଲେ ଶ୍ରାବଣୀ ମିଶ୍ର, ଶୁଭଶ୍ରୀ ସୁନା ଓ ପ୍ରିୟଙ୍କା ବରିହା । ବିଦ୍ୟାଳୟର ଏହି କୃତିତ୍ୱ ପାଇଁ ଛାତ୍ରୀମାନଙ୍କୁ ତଥା ତାଙ୍କର ଦିଗଦର୍ଶକ ଶିକ୍ଷକ ମାନସ ରଞ୍ଜନ ଶତପଥି ଓ ମନୀଷା ଭୋଇଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପହଣ୍ଡି ବିଜୟ ମେହେର, ବରିଷ୍ଠ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଜ୍ୟୋତ୍ସ୍ନା ରାଣୀ ସାହୁ ଅଭିନନ୍ଦନ ଜଣାଇଛନ୍ତି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ତଥା ଅଭିଭାବକ ସଂଘ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିଶ୍ରମ ପାଇଁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.