ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସମୟରେ ଜନସାଧାରଣଙ୍କ ଯାତାୟତର ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ଟାଉନ୍ କ୍ଲବ ତରଫରୁ ଯାନବାହାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ଯାହାକି ୪୦ ହଜାର ଟଙ୍କା ସଂଗୃହୀତ ହୋଇଥିଲା । ସଂଗୃହୀତ ପାର୍କିଂ ରାଶିକୁ ରେଡକ୍ରସ ପାଣ୍ଠିକୁ ଦାନ କରାଯିବାପାଇଁ ନିଷ୍ପତ୍ତି ହୋଇଥିଲା । ତାକୁ ପ୍ରଦାନ କରାଯାଇଛି । ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରଗୁଲାଙ୍କ ଉପସ୍ଥିତିରେ ରେଡକ୍ରସ ପାଣ୍ଠିକୁ ୪୦ ହଜାର ଟଙ୍କାର ଏକ ଚେକ୍ ଦାନ କରାଯାଇଛି । ପ୍ରଦାନ ସମୟରେ ଟାଉନ କ୍ଲବ ସଭାପତି ପ୍ରୀତେଶ ବହିଦାର, ଉପସଭାପତି ଅଶୋକ ମିଶ୍ର, ନରେଶ ସୁନ୍ଦର ସାହୁ, ଆଦିତ୍ୟ ରଥ, ହରି ସିଂ, ଅମିତ ଗର୍ଗ, ଅଖିଳ ପଟ୍ଟନାୟକ, ଦୀନେଶ ବାରିକ, ସୋମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଚେକ ପ୍ରଦାନ କରିଥିଲେ ।