centurian jitm

ବିଦ୍ୟାଳୟ ପରିସର ମଧ୍ୟକୁ ସାମ୍ବାଦିକଙ୍କୁ ମନା ପ୍ରତିବାଦରେ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

nschool

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସ୍କୁଲ ହତା ମଧ୍ୟକୁ ସାମ୍ବାଦିକଙ୍କୁ ମନା । ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ସାମ୍ବାଦିକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଏହା ଅସମ୍ମାନ ଏଣୁ ଏହାକୁ ତିବ୍ର ନିନ୍ଦା କରାଯାଇଛି । ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସ ଗଣମାଧ୍ୟମରେ ଅରୁଚିକର ମନ୍ତବ୍ୟର ପ୍ରତିବାଦ ଓ ସରକାରୀ ନିୟମକୁ ଅତିଶୀଘ୍ର ପ୍ରତ୍ୟାହୃତ ଦାବୀ ନେଇ ବାଲିଗୁଡା ପ୍ରେସ କ୍ଲବ ପକ୍ଷରୁ ପିଡବ୍ଲୁଡି ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ଏହା ପ୍ରତ୍ୟାହୃତ କରା ନ ଗଲେ ଆଗାମୀ ଦିନରେ ସାମ୍ବାଦିକମାନେ ସରକାରୀ କାର୍ଯ୍ୟକ୍ରମରେ ଅସହଯୋଗ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ପ୍ରେସ କ୍ଲବର ସାମ୍ବାଦିକମାନେ ଚେତାବନୀ ଦେଇଛନ୍ତି । ସାମ୍ବାଦିକ ଅଜିତ କୁମାର ନାୟକଙ୍କ ନେତୃତ୍ୱରେ ସାମ୍ବାଦିକ ମନୋରଞ୍ଜନ ରାୟ, ପ୍ରମୋଦ କୁମାର ଦଣ୍ଡସେନା, ସୁବ୍ରତ କୁମାର ମାଝୀ, ସରୋଜ ବଳିୟାର ସିଂ, ସୁରେଶ କୁମାର ପତି, ରାମନନ୍ଦ ଘଡ଼ାଇ, ସତ୍ୟ ନାରାୟଣ ପଣ୍ଡା, ଇସାକ ପ୍ରଧାନ, ରାଜୀବ ମୁଠାମାଝୀ, ତାପସ କୁମାର ନାୟକ, ଟିକି ଦାଣ୍ଡିଆ, ଲକ୍ଷ୍ମୀ ନାରାୟଣ ମଲିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.