ପିପିଲିରେ ଭି. କେ. ପାଣ୍ଡିଆନଙ୍କ ଜୋର୍‌ଦାର୍‌ ନିର୍ବାଚନ ପ୍ରଚାର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲିରେ ୫ଟି ଚେୟାର୍‌ମ୍ୟାନ୍‌ ତଥା ବିଜେଡି ଷ୍ଟାର୍‌ ପ୍ରଚାରକ ଭି. କେ. ପାଣ୍ଡିଆନ ବିଶାଳ ଜନ ସମାବେଶରେ ଯୋଗଦେଇ ନିର୍ବାଚନ ପ୍ରଚାର କରିଥିଲେ । ସେ ଜନ ସମାବେଶକୁ ସମ୍ବୋଧିତ କରିବା ସହ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଓ ପୁରୀ ସାଂସଦ ଅରୂପ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ଜୟଯୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ସମାବେଶରେ ବିଧାୟକଙ୍କ ଧର୍ମପତ୍ନୀ ଜାଗୃତୀ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ପୂର୍ବତନ ଅଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୈରାଗୀ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ ସମେତ ସରପଞ୍ଚ, ନୋମିନି, ଦଳୀୟ ନେତୃବୃନ୍ଦ, କର୍ମୀ, ଏସ୍‌ଏଚ୍‌ଜି ମହିଳା ସଦସ୍ୟା ସହ ୨୦ ହଜାରରୁ ଅଧିକ ଜନସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.