ବଲାଙ୍ଗିର ସହରରେ ବିଜେଡ଼ିର ମାରାଥନ୍‌ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବିଜେଡ଼ିର ମାରାଥନ୍‌ ପ୍ରଚାର ଆଜି ସଂଧ୍ୟାରେ ଦେଖିବାକୁ ମିଳିଛି । ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସହ ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ନିଜର ଶହ ଶହ ସମର୍ଥକଙ୍କୁ ନେଇ ଆଜି ୱାର୍ଡ ନଂ.୧୨ ପାଟଣାଛକରୁ ରାଧାରାଣୀପଡ଼ା ଭିତରେ ଘରକୁ ଘର ବୁଲି ବିଜେଡ଼ି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ବିଜେଡ଼ିର ମାଳ ମାଳ ଜନହିତକର ଯୋଜନା ସମୂହ ସଂପର୍କରେ ଲୋକଙ୍କୁ ବୁଝାଇବା ସହ ବଲାଙ୍ଗିରର ସାମୁହିକ ବିକାଶ ପାଇଁ ବିଜେଡ଼ି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ ବିଧାୟକ ପ୍ରାର୍ଥୀ କଳିକେଶଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ବିଜେଡ଼ି ନେତା ଓ କର୍ମକର୍ତ୍ତାମାନେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । ଏହି ମାରାଥନ୍‌ ପ୍ରଚାର ସମୟରେ ସ୍ଥାନେ ସ୍ଥାନେ ପଥପ୍ରାପ୍ତ ସଭା କରାଯାଇଥିବା ବେଳେ ବିଧାୟକ ପ୍ରାର୍ଥୀ କଳିକେଶ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିବା ସହ ବିଜେଡ଼ିର ବିକାଶମୁଖୀ ଯାତ୍ରାରେ ସାମିଲ୍‌ ହେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

jittmm
Leave A Reply

Your email address will not be published.