ପ୍ରଫୁଲ୍ଲ ବାରିକ ୧ମ ମେମୋରିୟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୧ମ ସେମିଫାଇନାଲରେ ହଲଦି ୩-୧ରେ ଜୁରାବନ୍ଦରୁ ବିଜୟୀ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ମାଓପ୍ରବଣ ଘଂଚ ଜଙ୍ଗଲ ଘେରା ଗାଁ ମହଖଣ୍ଡରେ ଜୟ ବନଦୁର୍ଗା ଫୁଟବଳ କ୍ଲବ ଦ୍ୱାରା ପ୍ରଥମ ବର୍ଷ ଟୁର୍ଣ୍ଣାମେଣ୍ଟ କରାଯାଉଛି । ପ୍ରଥମ ବର୍ଷର ପ୍ରଥମ ସେମିଫାଇନାଲ ଶୁକ୍ରବାର ଦିନ ଜୁରାବନ୍ଦ ଏବଂ ହଲଦି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଜୁରାବନ୍ଦ ଏବଂ ହଲଦି ମଧ୍ୟରେ ଟ୍ରାଏବେକରରେ ହଲଦି ୩-୦ ଗୋଲରେ ବିଜୟୀ ହୋଇ ୩ତାରିଖରେ ହେବାକୁ ଥିବା ଫାଇନାଲ ମ୍ୟାଚ୍‌କୁ ଉନ୍ନୀତ ହୋଇଛି । ପ୍ରଥମ ସେମିଫାଇନଲରେ ମୂଖ୍ୟ ଅତିଥୀଭାବେ ଲକ୍ଷ୍ମଣ ବାଗ, ମହଖଣ୍ଡ ପଞ୍ଚାୟତ ପୂର୍ବତନ ସରପଂଚ ଇଶ୍ୱର କୁମ୍ଭାର, ତୁରେକେଲା ବ୍ଲକ ସରପଂଚ ସଂଘ ସଭାପତି ଜଲନ୍ଧର ମହାକୁଡ ସମ୍ମାନୀତ ଅତିଥୀଭାବେ ଯୋଗ ଦେଇଥିଲେ । କ୍ଲବ ଦ୍ୱାରା ଆୟୋଜିତ ଣ୍ଟଟୁର୍ଣ୍ଣାମେଣ୍ଟରେ ବିଜୟୀ ଦଳକୁ ୮୮୮୮ଟଙ୍କା ସହ ଟ୍ରଫି ଏବଂ ରନରକୁ ୬୬୬୬ଟଙ୍କା ସହ ଟ୍ରଫି ସହ ବିଭିନ୍ନ ଖେଳାଳିମାନଙ୍କୁ ପରୁସ୍କୃତ କରାଯିବ ବୋଲି ଆୟୋଜକ କିମିଟିର ସଭାପତି ସୁନିଲ ରାଉତଙ୍କଠାରୁ ପ୍ରକାଶ । ଏହି ଆୟୋଜନରେ କ୍ଲବର ସମ୍ପାଦକ ଚିତରଂଜନ ବାରିକ, ସଭ୍ୟ ପୁରୁଷୋତମ ବାରିକ, ଚମ୍ପେଶ୍ୱର ନାୟକ, ଅନିଲ ରାଉତ, ଚନ୍ଦ୍ର ଧରୁଆ ସହ ଅନ୍ୟମାନେ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.