oom

‘କୋଶଳ ପ୍ରଭାବ’ ନ୍ୟୁଜ୍‌ର ପ୍ରଭାବ : କାଲି ଠୁ ହେବ ସମ୍ପିଆରେ ଡ୍ରେନ କାର୍ଯ୍ୟ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକର କଂସର ଗ୍ରାମପଞ୍ଚାୟତ ସମ୍ପିଆରେ କାଲିଠୁ ହେବ ଡ୍ରେନ କାର୍ୟ୍ୟ ଆରମ୍ଭ ହେବ। ଗାଁର ମଝିରେ ଥିବା ନଳକୂପର ପାଣି ଯିବା ପାଇଁ ଡ୍ରେନ କରା ଯାଇଥିଲା । କିନ୍ତୁ ରାସ୍ତା କାମ ହେଲାବେଳେ ଡ୍ରେନଟି ପୋତି ହୋଇ ଯାଇଥିଲା ଏବଂ ଆବର୍ଜନା ହୋଇ ଅପରିଷ୍କାର ଦୁର୍ଗନ୍ଧ ହୋଉଛି। ଏ ସଂକ୍ରାନ୍‌ନ୍ତରେ ଖବର ପ୍ରସାରଣ ହୋଇଥିଲା ‘କୋଶଳ ପ୍ରବାହ’ରେ । ଏହାପରେ ନଳକୂପକୁ ପଂଚାୟତ କର୍ମଚାରୀମାନେ ଉଚ୍ଚ ଚାନ୍ଦିନୀ କରିବାରୁ ତାହା କାର୍ୟ୍ୟକ୍ଷମ ହେଇଥିଲା । ହେଲେ ପଡି ରହିଥିଲା ଡ୍ରେନଟି । ଏ ବିଷୟରେ ସମାଜସେବୀ ଯୁଧିଷ୍ଠିର ବାରିକଙ୍କୁ ସମ୍ପିଆ ଗ୍ରାମର ଲୋକେ କହିବାରୁ ସେ ପଦ୍ମପୁର ବ୍ଲକ ଜେଇ ପ୍ରଶାନ୍ତ କୁମାର ସେଠୀଙ୍କୁ ଯୋଗାଯୋଗ କରିବାରୁ ତୁରନ୍ତ ମହାନତା ଦେଖାଇ ପଂଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ରବିକାନ୍ତ ସାହୁ, ବ୍ଲକ ଟିସି ଟିକେନ୍ଦ୍ର ସାହୁଙ୍କୁ ଧରି ସମ୍ପିଆ ଗ୍ରାମରେ ପହଞ୍ଚି ୨ ଲକ୍ଷ ଟଙ୍କାର ଅଟକଳ ବ୍ୟୟରେ ଡ୍ରେନ କାର୍ୟ୍ୟ ଆସନ୍ତାକାଲି କରିବାକୁ ଗ୍ରାମବାସୀଙ୍କୁ କହିଛନ୍ତି । ଜେଇ ଶ୍ରୀ ସେଠୀ ଯେଉଁ ଯେଉଁ ପଞ୍ଚାୟତରେ କାର୍ୟ୍ୟ କରୁଛନ୍ତି ସବୁ ଠାରେ ଉନ୍ନତ ମାନର କାର୍ୟ୍ୟ ହେଉଅଛି । ଏହି କାର୍ୟ୍ୟ ଦେଖି ଜେଇଙ୍କ ଅଧୀନରେ ଆସୁଥିବା ସବୁ ପଞ୍ଚାୟତର ଲୋକେ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.