ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଫ୍ରେଜରପୁର ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ସୋମବାର ଦିନ ଠାରୁ ଷଷ୍ଠ ଶ୍ରେଣୀ ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟରେ ୪୪୨ଟି ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ମାତ୍ର ସେଥି ମଧ୍ୟରୁ ୪୩୪ ଜଣ ପରୀକ୍ଷାରେ ଉପସ୍ଥିତ ଥିବା ବେଳେ ୮ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ପରୀକ୍ଷା ଟି ୯ ଘଣ୍ଟାରୁ ୧୧ ଘଣ୍ଟା ସମୟ ପର୍ୟ୍ୟନ୍ତ ନିର୍ଦ୍ଦାରଣ ଥିବାବେଳେ ଅଷ୍ଟମ ଶ୍ରେଣୀ ପାଇଁ ଗୋଟିଏ ଘଣ୍ଟା ସରକାର ତତ୍କାଳ ଅଧିକ ସମୟ ଦେଇଥିଲେ ହେଲେ ସମୟର ବ୍ୟତିକ୍ରମ ହେତୁ ଅଭିଭାବକ ମାନଙ୍କର ମଧ୍ୟରୁ ଭୁବନେ‌ଶ୍ୱର ସାହୁ, ଶରତ ଦାସ, କୈଳାସ ଦିଶ୍ରୀ ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ, ପରୀକ୍ଷା ପୂର୍ବରୁ ସମୟର ମାନ ମେସେଜ କରି ଅଭିଭାବକମାନଙ୍କୁ ଜଣାଇ ଦେବାର କଥା ଉଚିତ ଥିଲା ।

jittmm
Leave A Reply

Your email address will not be published.