ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ଦିନର ଅପେକ୍ଷାର ଅବସ୍ଥାନ ଘଟି ୧୯୭୮ ମସିହାରେ ପ୍ରତିଷ୍ଠିତ ମହିଳା ମହା ବିଦ୍ୟାଳୟକୁ ପାର୍ବତୀ ଗିରି ମହିଳା ମହା ବିଦ୍ୟାଳୟ ନାମରେ ନାମିତ କରାଯାଇଛି । ଗତ ମାର୍ଚ୍ଚ ୯ ତାରିଖରେ ବରଗଡର ମହିଳା ସମିତି ମହିଳା ମହା ବିଦ୍ୟାଳୟକୁ ପାର୍ବତୀ ଗିରିଙ୍କ ନାମରେ ନାମିତ କରିବା ପାଇଁ ତତ୍କାଳୀନ ଅଧ୍ୟକ୍ଷ ଡା ପ୍ରଦୀପ କୁମାର ହୋତାଙ୍କୁ ପ୍ରସ୍ତାବ ପ୍ରଦାନ କରାଯାଇଥିଲା । କଲେଜର ବାର୍ଷିକ ଉତ୍ସବରେ ଉକ୍ତ ପ୍ରସ୍ତାବଟି ଅଧ୍ୟକ୍ଷ ଶ୍ରୀ ହୋତା ଉପସ୍ଥାପନ କରି ଯଥାଶୀଘ୍ର ସରକାରୀ ସ୍ତରରେ ନାମ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଥିଲେ । ତତ ଅନୁଯାୟୀ ମହା ବିଦ୍ୟାଳୟ ପରିଚାଳନା କମିଟି ପ୍ରସ୍ତାବ ଗ୍ରହଣ କରି ସରକାରଙ୍କ ପାଖରେ ଜମା କରିଥିଲେ । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଉଚ୍ଚ କ୍ଷମତା କମିଟି କଲେଜର ପ୍ରସ୍ତାବକୁ ତାଙ୍କ ୨୭/ ୬/ ୨୩ରେ ଅନୁଷ୍ଠିତ ବୈଠକରେ ସ୍ୱୀକୃତି ପ୍ରଦାନ କରି ମହିଳା ମହା ବିଦ୍ୟାଳୟର ନାମକୁ ପାର୍ବତୀ ଗିରି ମହିଳା ମହା ବିଦ୍ୟାଳୟ ଭାବରେ ନାମିତ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ଆଦେଶ ସଂଖ୍ୟା ୩୦୦୧/ ତା. ୫/ ୮/ ୨୩ରେ ବରଗଡ ମହିଳା କଲେଜକୁ ପାର୍ବତୀ ଗିରି ମହିଳା ମହା ବିଦ୍ୟାଳୟ ଭାବରେ ନାମିତ କରିବାକୁ ଆଦେଶ ପ୍ରଦାନ କରିଛନ୍ତି । ଏଥିପାଇଁ ସ୍ଥାନୀୟ ଅଂଚଳରେ ଖୁସିର ମହଲ ଦେଖିବାକୁ ମିଳିଛି ।
Next Post