oum

ମ.ରାମପୁରର ଭେଣ୍ଡି, ପୋଟଳ ଦୁବାଇ ଗଲା

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଆମ୍ବ ଦୁବାଇ ଯିବା ପରେ ଏବେ ପୁଣି କଳାହାଣ୍ଡି ଜିଲ୍ଲା ମ.ରାମପୁରରୁ ଭେଣ୍ଡି ଓ ପୋଟଳ ଦୁବାଇ ଯିବା ଜିଲ୍ଲାର କୃଷକ ମାନଙ୍କ ପାଇଁ ଆଣିଦେଇଛି ମନରେ ଖୁସି । ସୂଚନା ମୁତାବକ ନାବାର୍ଡ ସହାୟତାରେ ପରିଚାଳିତ ଉତ୍ତେଇ ଭେଲି କୃଷକ ଉତ୍ପାଦ କାମ୍ପାନୀ ତରଫରୁ ଓଡ଼ିଶା ଉଦ୍ୟାନ ବିଭାଗର ସହଯୋଗରେ ଏହି କମ୍ପାନୀର ସଦସ୍ୟଙ୍କ ପାଖରୁ ପାଞ୍ଚ କ୍ୱୁିଣ୍ଟାଲ ପଚାଶ କେଜି ଭେଣ୍ଡି ଓ ଏକ କ୍ୱୁିଣ୍ଟାଲ ପଚାଶ କେଜି ପୋଟଳ ପାଲାଡିଆମ କଂସୁଲ୍ଟାନସୀ ଏଜେଂସି ଦ୍ଵାରା ଦୁବାଇ ରପ୍ତାନୀ କରାଯାଇଛି । ଏହି ରପ୍ତାନୀ ପରେ ଚାଷୀ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ ଆହୁରି ଅନ୍ୟ ସମସ୍ତ ପନିପରିବା ଚାଷ କରି ବିଦେଶକୁ ରପ୍ତାନୀ କରି ଚାଷୀଙ୍କୁ ଆହୁରି ରୋଜଗାର କ୍ଷମ କରାଯିବ ବୋଲି ଏହି କୃଷକ ଉତ୍ପାଦ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀକାନ୍ତ ହୋତା ଏବଂ ନିର୍ଦ୍ଦେଶକ ସଦସ୍ୟ ପ୍ରକାଶ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି । ଏହା ସହିତ ଆଗାମୀ ଦିନ ଗୁଡ଼ିକରେ ଚାଷୀ ମାନଙ୍କୁ ଉନ୍ନତ ଚାଷ ପ୍ରଣାଳୀ ଉପରେ ବିଶେଷ ତାଲିମ ପ୍ରଦାନ କରାଯାଇ ତାଙ୍କୁ ସମ୍ପୂର୍ଣ୍ଣ ସକ୍ଷମ କରାଯିବ ବୋଲି ଉତ୍ତେଇ ଭେଲି କୃଷକ ଉତ୍ପାଦ କମ୍ପାନୀର ସିଇଓ ମହାଶ୍ୱେତା ସାହୁ କହିଛନ୍ତି । ଏହି କୃଷକ ଉତ୍ପାଦ କମ୍ପାନୀଟି ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମହାଶକ୍ତି ଫାଉଣ୍ଡେସନ୍‌ ଦ୍ୱାରା ପରିଚାଳିତ ହେଉଥିବା ଜଣାଯାଇଛି । ତେବେ ଆଗାମୀ ଦିନରେ ଯଦି କଳାହାଣ୍ଡି ଅଞ୍ଚଳରେ କୃଷି ଉତ୍ପାଦ ବିଦେଶକୁ ରପ୍ତାନୀ ବଢେ, ଏହି ଅଞ୍ଚଳ ଚାଷ କ୍ଷେତ୍ରରେ ଆହୁରି ସମୃଦ୍ଧ ଶାଳୀ ହୋଇ ପାରିବ ବୋଲି ମହାଶକ୍ତି ଫାଉଣ୍ଡେସନ୍‌ର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.