oom

ପୋଲିସ ମାଡରେ ସାଧାରଣ ଭୋଟର ଗୁରୁତର : ବରଗଡ ଡାକ୍ତରଖାନାରେ ଭର୍ତ୍ତି, ପୋଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗତକାଲି ସାରା ରାଜ୍ୟରେ ଚାଲିଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଫିରିଙ୍ଗିମାଲ ପ୍ରାଥମିକ ବିଦ୍ୟାଳୟ ବୁଥରେ ଜଣେ ଅସୁସ୍ଥ ଥିବା କାକାକୁ ଭୋଟ ଦେବା ପାଇଁ ବୁଥକୁ ଧରି ଆସିଥିବା ଜଣେ ଯୁବକକୁ ଗାଇସିଲେଟ ଥାନା ଅଧିକାରୀ ବୀରବଳ ଜଗତ ଅତି ନୃଶଂସ ଭାବେ ମାଡ ମାରି କ୍ଷତାକ୍ତ କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣକ ବର୍ତ୍ତମାନ ଗୁରୁତର ଅବସ୍ଥାରେ ପଦ୍ମପୁର ସବଡିଭିଜନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଶିଶୁପାଳ ସାହୁ ନିଜର ୭୦ ବର୍ଷ ବୟସ ଶାରୀରିକ ଅସୁସ୍ଥ ଥିବା କାକା ଦୁତିଆ ସାହୁଙ୍କୁ ଧରି ବୁଥ କେନ୍ଦ୍ରକୁ ଭୋଟ ଦେବା ପାଇଁ ନେଇଥିଲେ । ଦୁତିଆ ସାହୁ ଧାଡିରେ ଛିଡା ହୋଇଥିବା ବେଳେ ପୁତୁରା ଶିଶୁପାଳ ତାଙ୍କ ପାଖରେ ଛିଡା ହୋଇଥିଲେ । ହଠାତ୍‌ ସେଠାରେ ଗାଇସିଲେଟ ଥାନା ଆଇଆଇସି ବୀରବଳ ଜଗତ ପୋଲିସ ଫୋର୍ସ ସହ ପହଞ୍ଚି କିଛି ବୁଝାସୁଝା ନକରି ଶିଶୁପାଳଙ୍କୁ ଯାବତୀୟ ଭାଷାରେ ଗାଳିଗୁଲଜ କରିବା ପରେ ୨ ଜଣ ପୋଲିସକୁ ଧରି ବାଡିରେ ନିର୍ଦ୍ଦୁମ ଅତି ଅମାନୁସିକ ଭାବେ ମାଡ ମାରିଥିଲେ । କୌଣସି ମତେ ପୋଲିସଠାରୁ ହାତ ଛଡେଇ ଶିଶୁପାଳ ଦୌଡି ଦୌଡି ନିଜ ଘରକୁ ଚାଲି ଯାଇଥିଲେ । ଛାତି, ମୁଣ୍ତ, ପିଠିରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କୁ ଗତକାଲି ରାତ୍ରିରେ ପଦ୍ମପୁର ସବଡିଭିଜନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ବାମ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ପଦ୍ମପୁର ଡାକ୍ତରଖାନା ଯାଇ ଆହାତ ଶିଶୁପାଳଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ପଦ୍ମପୁରରୁ ବରଗଡ ହସ୍ପିଟାଲକୁ ପଠାଯାଇଥିବା ଜଣାପଡିଛି । ତୁରନ୍ତ ଗାଇସିଲେଟ ଥାନା ଆଇଆଇସି ବିରୋଧରେ ଥାନାରେ ଏଫ୍‌ଆଇଆର୍‌ ଦର୍ଜ କରାଯିବା ସହ ତାଙ୍କୁ ଅବଲମ୍ବେ ସସ୍‌ପେଣ୍ଡ କରିବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ଓଡିଶା ସରକାରଙ୍କ ଠାରେ ଦାବୀ ଜଣାଇଛନ୍ତି । ଅନ୍ୟଥା ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.