oom

ପଦ୍ମପୁର ବ୍ଲକ ଚ୍ୟାରମେନ୍‌ କୁମରମଣି ନାୟକ ଗିରଫ ମାମଲା : ପୋଲିସ ଜିଡିଙ୍କୁ ଭେଟିଲେ ବିଜେପି ପ୍ରତିନିଧି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାୟକଙ୍କୁ ପଦ୍ମପୁର ପୋଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରି ଜେଲ ପଠାଇ ଦେଇଥିବା ପ୍ରତିବାଦରେ ଗତ କାଲି ଭାରତୀୟ ଜନତାପାର୍ଟି ଏକ ପ୍ରତିନିଧି ମଣ୍ଡଳୀ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃ‌ତ୍ୱରେ କଟକ ଠାରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଘଟଣା ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଶ୍ରୀ ନାୟକ ଓ ବିଜେପିର ସମିତି ସଭ୍ୟ ସର‌ସ୍ୱତୀ ସାହୁ ଓ ଜଣେ କାର୍ଯ୍ୟକର୍ତ୍ତା ଦୟା ସାହୁ ଉପରେ ମଧ୍ୟ ବ୍ଲକ କାର୍ଯ୍ୟାଳୟ ଭିତରେ ଗତ ୩ ତାରିଖ ଦିନ ବ୍ଲକ ଏସିଷ୍ଟାଣ୍ତ ଇଂଜିନିୟର ଟିକାଚାନ୍ଦ କାଳୁ ଓ ବିଜେଡ଼ିର ଠିକାଦାର ଶ୍ରେଣୀୟ ଗୁଣ୍ତା ମାଡ ପିଟ କରିବା ସହ ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ନେଇ ଥାନାରେ ଏଫଆଇଆର ଦର୍ଜ ହୋଇଛି । ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକଙ୍କ ରିପୋର୍ଟ ଆଧାରରେ ପଦ୍ମପୁର ପୋଲିସ ବ୍ଲକ ଏଇ ଶ୍ରୀ କାଳୁ ସମେତ ଅନ୍ୟ ମାନଙ୍କ ନାମରେ କେଶ ନଂ ୪୯/ ୨ ଧାରା ୧୪୩ / ୨୯୪ / ୫୦୬ ଆଇପିସି / ୩ ,୧,୫,୨(ଭିଏ) ଏସସିଏସଟି ଅନୁଯାୟୀ ମାମଲା ରୁଜୁ କରିଛି । ବିଜେପିର ଅନ୍ୟ ଜଣେ କାର୍ଯ୍ୟକର୍ତ୍ତା ଦୟା ସାହୁଙ୍କ ରିପୋର୍ଟ ଆଧାରରେ ପୋଲିସ ବିଜେଡ଼ିର ପ୍ରଶାନ୍ତ ମହାନ୍ତିଙ୍କ ସମେତ ଅନ୍ୟ ୭ ଜଣଙ୍କ ନାମରେ କେଶନଂ ୫୦/ ୨୧ ଧାରା ୧୪୩/ ୨୯୪/ ୩୨୩/ ୩୭୯/ ୫୦୬/୧୪୯ ଆଇପିସି ଅନୁଯାୟୀ ମାମଲା ରୁଜୁ କରିଛି । ଥାନାରେ ୩ଟି ଏଫଆଇଆର ଦର୍ଜ ହୋଇଥିବା ବେଳେ ପୋଲିସ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଆକୋଶ ମୂଳକ ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ନାୟକଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି । ଆଲୋଚନା ବେଳେ ପୋଲିସ ମହାନିର୍ଦ୍ଦେଶକ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି କହିବା ସହ ତୁରନ୍ତ ପଦକ୍ଷେପ ନିଆଯିବ ସହ ପୋଲିସର ଭୂମିକାର ତଦନ୍ତ ହେବ ବୋଲି କହିଥିବା ନେଇ ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ସୂଚନା ଦେଇଛନ୍ତି । ଡିଜିଙ୍କ ସହ ଆଲୋଚନା ସମୟରେ ବିଜେପି ମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶି ଆଚାର୍ଯ୍ୟ, କୃଷକ ମୋର୍ଚ୍ଚାର ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ ‌ସ୍ୱାଇଁ, କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର, ରାଜେନ୍ଦ୍ର ସେଠ ଆଦି ସାମଲି ହୋଇଥିଲେ ।

jittmm
Leave A Reply

Your email address will not be published.