
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଛନ୍ତି ଏମ୍ଡ଼ିଏମ୍ ଚାଉଳ ଚୋର । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ରିନ୍ବଚନ ଗ୍ରାମର ସ୍କୁଲରୁ ଏମ୍ଡ଼ିଏମ୍ ଚାଉଳ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ପଚରା ଉଚୁରା କରିବା ପରେ ଚୋରି ଚାଉଳ ବଲାଙ୍ଗିର ଡେଲି ମାର୍କେଟ୍ର ଏକ ଚାଉଳ ଦୋକାନରେ ବିକ୍ରି କରାଯାଉଥିବା ସୂଚନା ପାଇବା ପରେ ସଂପୃକ୍ତ ଚାଉଳ ଦୋକାନ ଉପରେ ପୋଲିସ ଚଢ଼ଉ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାର ସବିଶେଷ ତଥ୍ୟ ମିଳିପାରିନାହିଁ ।