ରାଜୀବନଗରର ମୋଷ୍ଟ ୱାନ୍‌ଟେଡ୍‌ କ୍ରିମିନାଲ୍‌ ଶ୍ରୀପତିର ଗଡକୁ ଧ୍ୱଂସ କଲା ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ମଇଦାନରେ ଜିଲ୍ଲା ପୋଲିସ ମୁଖିଆ । ନିଜ ତତ୍ତ୍ୱାବଧାନରେ ଲଗାତାର ଚାରି ଦିନ ହେବ ରୀତିମତ ଚାଲିଛି କ୍ରିମିନାଲ୍‌ କ୍ଲିନ ଅଭିଯାନ । ଦୀର୍ଘ ଦିନରୁ ବଲାଙ୍ଗିର ସହରରେ ଅପରାଧ ଉପରମୁହାଁ ଧାଉଁଥିବା ବେଳେ ବଲାଙ୍ଗିର ପୁଲିସର କଡା ଚାବୁକ୍‌ ଏବେ ଅପରାଧ ଜଗତକୁ ଇତଃସ୍ତତଃ କରିପକାଇଛି । ଅପରାଧ ଜଗତ ଏବେ ଏକ ପ୍ରକାର ତ୍ରାହି ତ୍ରାହି ଡାକୁଛି । ଅପରାଧୀଙ୍କୁ ସାବାଡ୍‌ କରିବା ପାଇଁ ଗୋଟିଏ ପରେ ଗୋଟିଏ ଅପରାଧୀଙ୍କ ଗଡକୁ ଜେସିବି ଲଗାଇ ଧ୍ୱଂସ କରି ଚାଲିଛି ପୁଲିସ । ଏହି କ୍ରମରେ ଆଜି ବଲାଙ୍ଗିର ପୁଲିସ ମୁଖିଆ ଏସ୍‌ପି ନୀତିନ କୁଶଳକରଙ୍କ ଉପସ୍ଥିତିରେ ସହରର ରାଜୀବନଗରର ମୋଷ୍ଟ ୱାନ୍‌ଟେଡ୍‌ କ୍ରିମିନାଲ୍‌ ଶ୍ରୀପତି ସିଂର ସରକାରୀ ଜମିରେ ବେଆଇନ ଭାବରେ ଗଢି ଉଠିଥିବା ଅପରାଧ ଗଡକୁ ଧୂଳିସାତ କରିଛି ପୁଲିସ । ଏହି ସମୟରେ ଏସ୍‌ପିଙ୍କ ସହ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ, ଟାଉନ ଥାନା ଆଇଆଇସି, ତହସିଲଦାର, ଅନ୍ୟାନ୍ୟ ପୋଲିସ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତି ଥିଲେ ।

Leave A Reply

Your email address will not be published.