ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଓଡ଼ିଆପାଲି ଗାଁର ଡମ୍ବରୁ ବାଗଙ୍କ ଛେଳି ଗୁହାଳରୁ ଜଣେ ଅଜଣା ବ୍ୟକ୍ତି ୩ ଗୋଟି ଛେଳି ଚୋରିକରି ନେଉଥିବା ବେଳେ ଅନ୍ୟ ଛେଳି ଗୁଡ଼ିକ ରଡି ଛାଡିବାରୁ ଡମ୍ବରୁ ବାଗଙ୍କ ଭାଇ ଦାମୋଦର ବାଗ ଉଠିପଡ଼ି କେହିଜଣେ ଅଜଣା ବ୍ୟକ୍ତି ଛେଳି ଚୋରି କରୁନେଉଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀଙ୍କୁ ଡାକିବା ସହିତ ଛେଳି ଚୋରି କରିନେଉଥିବା ବ୍ୟକ୍ତିଙ୍କୁ ଧରି ଖପ୍ରାଖୋଲ ଥାନାରେ ଜୀମା ଦେଇଥିଲେ । ଖପ୍ରାଖୋଲ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଉକ୍ତ ଚୋର ଜଣଙ୍କ ଆଗଲପୁର ଥାନା ହଳଦୀପଦର ଗାଁର ହେମନ୍ତ ନାଗ ବୋଲି ଜାଣିବାକୁ ପାଇଥିଲେ । ଚୋରି ଅଭିଯୋଗରେ ଅଭିଯୁକ୍ତ ହେମନ୍ତ ନାଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖପ୍ରାଖୋଲ ପୋଲିସ ।
