ପାରଳାଖେମୁଣ୍ଡିରୁ ଅପହୃତ ଗ୍ରାନାଇଟ ମ୍ୟାନେଜର ଆନ୍ଧ୍ରରୁ ଉଦ୍ଧାର : ସମ୍ପୃକ୍ତ ୭ ଜଣ ଅପହରଣକାରୀଙ୍କୁ ଗିରଫ କରିଛି ପୋଲିସ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାରଳାଖେମୁଣ୍ଡି ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଗ୍ରାନାଇଟ ମ୍ୟାନେଜରଙ୍କୁ ଅପହରଣ କରି ନେବା ସହ ୧୦ ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ପୋଲିସ ୭ ଜଣ ଦଲାଲଙ୍କୁ ଆନ୍ଧ୍ରରୁ ଗିରଫ କରି ଗ୍ରାନାଇଟ ମ୍ୟାନେଜରକୁ ମଧ୍ୟ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ସହର ଉପକଣ୍ଠର କାମଣୀ ଗ୍ରାମରେ ଥିବା ଶ୍ରୀହରି ଗ୍ରାନାଇଟର ମ୍ୟାନେଜର ଧର୍ମେନ୍ଦ୍ର କୁମାରଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ତାଙ୍କୁ ଉଦ୍ଧାର ଅବା, ମୁକ୍ତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଦୁର୍ବତ୍ତମାନେ ଦାବି କରିଥିଲେ । ଏହି ଘଟଣାଟି ପାରଳାଖେମୁଣ୍ଡି ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଥାନା ଆଇଆଇସି ପ୍ରଶାନ୍ତ ଭୂପତି ଘଟଣା ସମ୍ପର୍କରେ ତନାଘନା ଉଦ୍ୟମ ଆରମ୍ଭ କରିଥିଲେ । ଏ ନେଇ ସବୁ ଦିଗରୁ ସୁଚିନ୍ତିତ ଅନୁସନ୍ଧାନ କରିବା ପରେ ଥାନା ଆଇଆଇସି ଶ୍ରୀ ଭୂପତି ତଦନ୍ତ କରି ଧର୍ମେନ୍ଦ୍ର କୁମାରଙ୍କୁ ପୋଲିସ ଅକ୍ଷତ ଅବସ୍ଥାରେ ଆନ୍ଧ୍ରର ବିଜୟନଗରଠାରୁ ଉଦ୍ଧାର କରିବା ସହ ଅପହରଣ କରିନେ଼ଇଥିବା ୭ ଜଣଙ୍କୁ ଗିରଫ କରା ଯାଇଥିବା ପ୍ରେସ ମିଟରେ ଗଜପତି ଜିଲ୍ଲା ଏସପି ଯତୀନ୍ଦ୍ର ପଣ୍ଡା ସୂଚନା ପ୍ରକାଶ କରି କହିଛନ୍ତି । ଏହି ଅପହରଣ ଘଟଣାରେ ବ୍ୟବହୃତ ୨ ଗୋଟି ହାର, ୨୫ ହଜାର ଟଙ୍କା ସମସ୍ତଙ୍କ ଠାରୁ ମୋବାଇଲକୁ ଛଡାଇ ଜବତ କରାଯାଇଥିବା କୁହାଯାଇଛି ।