ପେଟି ପେଟି କଫ୍‌ ସିରଫ୍‌ ଜବତ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ପେଟି ପେଟି କଫ୍‌ ସିରଫ୍‌ । ଖାଲି କଫ୍‌ ସିରଫ୍‌ ନୁହେଁ କଫ୍‌ ସିରଫ୍‌ ସାଙ୍ଗକୁ ମାଫିଆକୁ ବି ଧରିବାରେ ସଫଳ ହୋଇଛି ବଲାଙ୍ଗିର ଟାଉନ ଥାନା ପୋଲିସ । ଆଉ ଏହି ଘଟଣାକୁ ନେଇ ବଲାଙ୍ଗିର ଟାଉନ ଥାନାଠାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଖୋଦ୍‌ ବଲାଙ୍ଗିର ସଦର ଏସ୍‌ଡ଼ିପିଓ ସରୋଜ ଉପାଧ୍ୟାୟ ଯୋଗଦେଇ ପୂରା ସୂଚନା ଦେଇଛନ୍ତି । ଏସ୍‌ଡ଼ିପିଓଙ୍କ ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ଏସ୍‌ପି ଅଭିଳାଷ ଜିଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡ଼ିପିଓ ଶ୍ରୀ ଉପାଧ୍ୟାୟଙ୍କ ନେତୃତ୍ୱରେ ଟାଉନ ଆଇଆଇସି ଅବନୀ ସାହୁ ନିଜର ସଦଳ ବଳେ ସହରର ହାଟପଦାପଡ଼ାରେ ପହଂଚି ପେଟି ପେଟି କଫ୍‌ ସିରଫ୍‌ ଚାଲାଣ କରୁଥିବା ରାଜ କୁମାର ଜେନା ନାମକ ଜଣେ ଯୁବକକୁ କାବୁ କରି ୨୦ ପେଟି କଫ ସିରଫ ସହ ନଗଦ ୪୦୦ ଟଙ୍କା ଜବତ କରିଥିଲେ । ଜବତ ୨୦ ପେଟି କଫ ସିରଫ୍‌ରେ ୫୦୦ ବୋତଲ କଫ୍‌ ସିରଫ ଥିବା ବେଳେ ଆନୁମାନିକ ମୂଲ୍ୟ ପାଖାପାଖି ୧୫୦,୦୦୦ଟଙ୍କା ହେବ ବୋଲି ସଦର ଏସ୍‌ଡ଼ିପିଓ ଶ୍ରୀ ଉପାଧ୍ୟୟ ସୂଚନାର ଦେଇଛନ୍ତି ।

Leave A Reply

Your email address will not be published.