centurian jitm

ତୀର୍ଥ ପୁଷ୍କରିଣୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ପୁରୀ : ପୁଷ୍କରିଣୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ମୃତ ଯୁବକ ଜଣକ ହେଲେ ବାଲେଶ୍ୱର ବସ୍ତା ଅଞ୍ଚଳର ଗୋବିନ୍ଦ ବିନ୍ଧାଣି । ମୃତ୍ୟୁର କାରଣ ଅସ୍ପଷ୍ଟ । ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ପୁରୀର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗା, ଯେଉଁଠି ପ୍ରତ୍ୟେକ ଦିନ ହଜାର ହଜାର ଲୋକ ବୁଡ଼ ପକାନ୍ତି । ମାନ୍ୟତା ଅଛି ଏହି ପୁଷ୍କରିଣୀରେ ବୁଡ଼ ପକାଇଲେ ସମସ୍ତ ପାପ କ୍ଷୟ ହୁଏ । ଏପରିକି ଏହି ପୋଖରୀ କୂଳରେ ଶୁଦ୍ଧି କାର୍ୟ୍ୟ ମଧ୍ୟ ହୁଏ । ସେହି ତୀର୍ଥ ପୁଷ୍କରିଣୀରେ ଆଜି ସକାଳୁ ଏକ ଯୁବକଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟଲୋକେ ଦେଖିବାକୁ ପାଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଶ୍ୱେତଗଙ୍ଗା ପୁଷ୍କରିଣୀରୁ ମୃତଦେହ ଉଦ୍ଧାର କରି ଶବକୁ ବ୍ୟବଚ୍ଛେଦ ପାଇଁ ସଦର ମେଡିକାଲକୁ ପଠାଯାଇଛି । ତେବେ ଏଠାରେ ପଶ୍ନ ଉଠୁଛି ଯୁବକ ଜଣଙ୍କର ମୃତ୍ୟୁ କିପରି ହେଲା । ତୀର୍ଥ ପୁଷ୍କରିଣୀକୁ ମୃତ ଦେହ କିପରି ଆସିଲା ଏହାର ସଠିକ୍ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.