oom

ଆର୍‌ବି ହାଇସ୍କୁଲ ପ୍ଲାଟିନମ ଜୁବୁଲି ଉତ୍ସବ : ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସହ କମିଟି ସଦସ୍ୟଙ୍କ ଆଲୋଚନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ରାଜ ବୋଡାସମ୍ବର ହାଇସ୍କୁଲର ୭୫ବର୍ଷ ପୂର୍ତ୍ତି ଉତ୍ସବ ପ୍ଲାଟିନମ ଜୁବୁଲି ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଆରବି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋଚନା କରାଯାଇଥିଲା । ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ଲାଟିନମ ଜୁବୁଲି ଉତ୍ସବରେ ଅତିଥି ନିମନ୍ତ୍ରଣ, ସେମିନାର, ପୁରାତନ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ବ୍ୟାପକ ବିଚାର ବିମର୍ଶ ହୋଇଥିଲା । ଏହି ବୈଠକରେ ପ୍ଲାଟିନମ ଜୁବୁଲି କମିଟି ସଂପାଦକ ଡା. ବିରଞ୍ଚି ସାହୁ, ଉପଦେଷ୍ଟା ବାଞ୍ଚାନିଧି ପଣ୍ତା, ପ୍ରମୋଦ ପାଢୀ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧରମ କୁମାର ଶତପଥୀ, କମିଟି ବରିଷ୍ଠ ସଦସ୍ୟ ସର୍ବଶ୍ରୀ ଶ୍ୟାମପଦ ସିହ୍ନା, ଗଙ୍ଗାଧର ପାଢୀ, ଗୋବିନ୍ଦ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ବହିଦାର, ରାଜେଶ ଖମାରୀ, ପ୍ରୀତେଶ ବହିଦାର, ରମଣୀ ରଞ୍ଜନ ହୋତା, ଅଶୋକ ମିଶ୍ର, ସୁନୀଲ ଅଗ୍ରୱାଲ, ଚିନ୍ମୟ ପଣ୍ତା, କୁନାଲ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.